Latest Odisha News

ନେମପ୍ଳେଟ ବିବାଦ: କିଛି ଏମିତି କହିଲେ ବାବା ରାମଦେବ..

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏବେ ସାରାରାଜ୍ୟରେ କାଉଡିଆଙ୍କ ଯିବା ରାସ୍ତାରେ ଢାବା, ହୋଟେଲ, ରେଷ୍ଟୁରାଂଟ, ଠେଲା ଓ ଦୋକାନୀ ମାଲିକମାନେ ନିଜ ଦୋକାନ ଆଗରେ ନେମପ୍ଲେଟ୍ ଲଗାଇବା ଆଦେଶ ଜାରି କରିଛନ୍ତି ୟୁପି ସରକାର । ଯାହାକୁ ନେଇ ଏବେ ତେଜିଛି ବିବାଦ । ବିରୋଧୀଙ୍କ ଠାରୁ ଆରମ୍ଭ କରି ସହଯୋଗୀ ଦଳ ଏମିତିକି କିଛି ଦଳୀୟ ନେତା ମଧ୍ୟ ଯୋଗୀ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଘୋର ନିନ୍ଦା କରିଛନ୍ତି । ଏବେ ଏହି ବିବାଦକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଯୋଗ ଗୁରୁ ବାବା ରାମ ଦେବ । ବାବା ରାମ ଦେବ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସମର୍ଥନରେ ବାହାରି, ଏହା କିଛି ଭୁଲ୍ ପଦକ୍ଷେପ ନୁହେଁ ବୋଲି କହିଛନ୍ତି ।

ଏହାକୁ ନେଇ ରାମଦେବ କହିଛନ୍ତି, ‘ଯଦି ରାମଦେବଙ୍କୁ ତାଙ୍କ ପରିଚୟ ଦେବାରେ କିଛି ଅସୁବିଧା ନାହିଁ ତାହାଲେ ରେହମାନକୁ ତାଙ୍କ ପରିଚୟ ଦେବାରେ ଅସୁବିଧା କାହିଁକି ହେବ? ନିଜ ନାମ ଉପରେ ସମସ୍ତେ ଗର୍ବ କରନ୍ତି । ଏହାକୁ ଲୁଚାଇବା କିଛି ଆବଶ୍ୟକତା ନାହିଁ । କେବଳ କାମରେ ସଚ୍ଚଟୋତା ଥିବା ଦରକାର ।’

ଏହା ସହିତ ସେ ଏହା ବି କହିଛନ୍ତି, କାଉଡ଼ିଆମାନେ ମଧ୍ୟ ପରିପକ୍ଵତା ଦେଖାଇବା ଏବଂ ଅନୁଶାସନ ବଜାୟ ରଖିବା ଉଚିତ୍। କାଉଡିଆମାନେ ଆଚରଣରେ ସନାତନ ଧର୍ମ ଗ୍ରହଣ କରିବାକୁ ସନାତନ ଧର୍ମକୁ ନିବେଦନ କରିଛନ୍ତି ରାମଦେବ । ଅନ୍ୟପଟେ ଏହି ନିଷ୍ପତ୍ତିକୁ ଖୋଲାଖୋଲି ସମର୍ଥନ କରିବା ସହିତ, ଏହାକୁ ଯେଉଁମାନେ ବିରୋଧ କରୁଛନ୍ତି, ତା ପଛରେ ରାଜନୀତି ଅଛି ବୋଲି ରାମଦେବ କହିଛନ୍ତି।

ତେବେ କହିରଖୁଛୁ, ସାରାରାଜ୍ୟରେ କାଉଡିଆଙ୍କ ଯିବା ରାସ୍ତାରେ ଢାବା, ହୋଟେଲ, ରେଷ୍ଟୁରାଂଟ, ଠେଲା ଓ ଦୋକାନୀ ମାଲିକମାନେ ନାମ ଫଳକ ଲଗାଇବା ଆଦେଶ ଜାରି କରିଛନ୍ତି ୟୁପି ସରକାର । ପ୍ରଥମେ ମୁଜାଫରନଗର ଜିଲ୍ଲାରେ କାଉଡିଆମାନେ ଯାତ୍ରା କରିବାକୁ ଥିବା ୨୪୦ କିଲୋମିଟର ଲମ୍ବା ରାସ୍ତା ପାଇଁ ନେମପ୍ଲେଟ ଆଦେଶ ଜାରି ହୋଇଥିଲା । ଏବେ ସାରାରାଜ୍ୟରେ କାଉଡିଆଙ୍କ ଯିବାରାସ୍ତରେ ନେମଫ୍ଲେଟ୍ ବ୍ୟବହାର କରିବାକୁ ଆଦେଶ ଦେିଛନ୍ତି ସରକାର । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁସଲିମ ସଂପ୍ରଦାୟ । ବିରୋଧୀ ଏହାକୁ ବିଜେପିର ସାଂପ୍ରଦାୟିକ ଓ ବିଭାଜନକାରୀ ରାଜନୀତିର ଆଖ୍ୟା ଦେଇଛନ୍ତି ।  ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

Comments are closed.