ବେଙ୍ଗାଲୁରୁ: ତଣ୍ଟି ଚିପି ଯୋଗ ଗୁରୁଙ୍କୁ ଜୀଅନ୍ତା ପୋତିଦେଲେ। କିନ୍ତୁ ଯୋଗ କୌଶଳ ପାଇଁ ବଞ୍ଚିଗଲା ଜୀବନ।
ପୋଲିସର ସୂଚନା ଅନୁଯାୟୀ ଜଣେ ଯୋଗ ଶିକ୍ଷୟିତ୍ରୀଙ୍କୁ କିଛି ଲୋକ ଆକ୍ରମଣ କରି ତାଙ୍କ ବେକ ଚିପି ହତ୍ୟା କରିବାକୁ ଚେଷ୍ଟା କରିଥିଲେ ଏବଂ ଯେତେବେଳେ ସେମାନଙ୍କୁ ଲାଗିଥିଲା ଯେ ସେ ମରିଯାଇଛନ୍ତି ସେମାନେ ତାଙ୍କୁ ପୋତିଦେଇ ପଳାଇଥିଲେ।
ତେବେ ଏହି ଘଟଣାରେ ବିନ୍ଦୁ ନାମକ ଜଣେ ମହିଳା ଏବଂ ବେଙ୍ଗାଲୁରୁରେ ଏକ ଡିଟେକ୍ଟିଭ୍ ଏଜେନ୍ସି ଚଳାଉଥିବା ତାଙ୍କ ବନ୍ଧୁ ସଥିଶ ରେଡ୍ଡୀଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି।
ବିନ୍ଦୁ ତାଙ୍କ ସ୍ୱାମୀଙ୍କର ସଂପର୍କ ଯୋଗ ଶିକ୍ଷୟତ୍ରୀଙ୍କ ସହ ଥିବାନେଇ ସନ୍ଦେହ କରିଥିଲେ। ଯାହାପରେ ସେ ତାଙ୍କ ବନ୍ଧୁ ରେଡ୍ଡୀଙ୍କୁ ସେମାନଙ୍କ ଉପରେ ନଜର ରଖିବାକୁ କହିଥିଲେ। ପରେ ରେଡ୍ଡୀ ଯୋଗ କ୍ଲାସ ବାହାନାରେ ଶିକ୍ଷୟିତ୍ରୀଙ୍କ ସହ ବନ୍ଧୁତା ସ୍ଥାପନ କରିବା ସହ ବିଶ୍ୱାସ ଜନ୍ମାଇବାରେ ସଫଳ ହୋଇଥିଲେ।
ପୀଡିତା ଜଣକ ଅଭିଯୋଗ କରିଛନ୍ତି ଯେ ଅକ୍ଟୋବର ୨୩ରେ ତାଙ୍କୁ ସହରର କିଛି ସ୍ଥାନ ଦେଖାଇବା ବାହାନାରେ ଘରକୁ ଆସି ସେ ତାଙ୍କୁ ଏକ କାରରେ ନେଇ ଯାଇଥିଲେ। ତାଙ୍କ ସହ ଅନ୍ୟ ତିନିଜଣ ଲୋକ ମଧ୍ୟ ଉପସ୍ଥିତ ଥିଲେ। ପରେ ସେମାନେ ତାଙ୍କୁ ସହରର ବାହାରେ ଥିବା ଏକ ଶୂନଶାନ ସ୍ଥାନକୁ ନେଇଯାଇ ତାଙ୍କ ପୋଷାକ ଫାଡିବା ସହ ତାରରେ ତାଙ୍କ ତଣ୍ଟି ଚିପିବାରେ ଲାଗିଥିଲେ।
ତେବେ ସେ ବୁଦ୍ଧିପାଞ୍ଚି କିଛି ସମୟ ପାଇଁ ନିଶ୍ୱାସ ପ୍ରଶ୍ୱାସ ବନ୍ଦ କରିଦେଇ ମୃତ ହେବାର ଅଭିନୟ କରିଥିଲେ। ମହିଳା ଜଣକ ଶ୍ୱାସକ୍ରିୟା ନିୟନ୍ତ୍ରଣ କୌଶଳରେ ପାରଦର୍ଶିତା ହାସଲ କରିଥିବାରୁ ଏହା କରିବାରେ ସକ୍ଷମ ହୋଇଥିଲେ।
Comments are closed.