Latest Odisha News

BREAKING NEWS

ଶେଷ ସୀମା ଟପିଗଲା ଯୋଗେଶ୍ୱରଙ୍କ ପ୍ରତି ଭିନେଶଙ୍କ ବୟାନ

ନୂଆଦିଲ୍ଲୀ:ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କେତେକ ରେସଲର ଆଣିଥିବା ଦୁଷ୍କର୍ମ ଅଭିଯୋଗ ଏବେ ଥଣ୍ଡା ପଡି ଯାଇଛି । ଏଥିରେ ଉତକ୍ଷିପ୍ତ ହୋଇ ପଡିଛନ୍ତି ଏହି ଆନ୍ଦୋଳନର ମୂଖ୍ୟ ସୂତ୍ରଧାର ଭିନେଶ ଫୋଗଟ, ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ । ସେମାନେ ସାଥୀ ରେସଲର ଯୋଗେଶ୍ୱର ଦତ ଓ ବବିତା ଫୋଗଟଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ତେବେ ଏହି ସବୁ ମଧ୍ୟରେ ଭିନେଶ ବୟାନବାଜୀରେ ଶେଷ ସୀମା ଟପି ଯାଇଛନ୍ତି । ସେ ଯୋଗେଶ୍ୱରଙ୍କୁ ଟାର୍ଗେଟ କରି କହିଛନ୍ତି, ତୁମେ ବହୁତ ସମ୍ବେଦନହୀନ ବ୍ୟକ୍ତି । ବ୍ରିଜଭୂଷଣ ପାଖରେ ପ୍ରଥମରୁ ତ ମୁଣ୍ଡ ନୂଆଁଇ ସାରିଛି । ଧ୍ୟାନ ରଖିବ ବେଶୀ ନଇଁଲେ ମେରୁଦଣ୍ଡ ଭାଙ୍ଗିଯିବ । ରେସଲରଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବାରେ ତୁମ ପରି ଜୟଚନ୍ଦଙ୍କ ନାମ ସର୍ବଦା ମନେ ରହିବ । କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଗଠିତ ୬ ଜଣିଆ କମିଟିରେ ଯୋଗେଶ୍ୱର ସଦସ୍ୟ ଥିଲେ ।

ଭିନେଶ ଆହୁରି ମଧ୍ୟ କହିଛନ୍ତି କମିଟି ଆଗରେ ଯେତେବେଳେ ମହିଳା ରେସଲର ବ୍ରିଜଭୂଷଣ କିପରି ତାଙ୍କୁ ହଇରାଣ କରିଥିଲେ କହୁଥିବା ବେଳେ ଯୋଗେଶ୍ୱର ହସିଥିଲେ । ସେହି ହସ ଏବେ ମଧ୍ୟ ମନରୁ ଯାଇନି । ୨ ମହିଳା ରେସଲର ବୟାନ ଦେଇସାରିବା ପରେ ବାହାରେ ଆସି ପାଣି ପିଉଥିବା ବେଳେ ସେ କହିଥିଲେ ବ୍ରିଜଭୂଷଣଙ୍କ କିଛି ହେବନି । ଯାଅ ଅଭ୍ୟାସ କର । ଏହା ପରେ ସେ ମହିଳା ରେସଲରଙ୍କ ପରିବାରଲୋକଙ୍କୁ ଫୋନ କରି ପରୋକ୍ଷରେ ଧମକ ଦେଇଥିଲେ । ଏପରିକି ନାବାଳିକା ମହିଳାଙ୍କ ନାମ ସେ ଘୋଷଣା କରିଥିଲେ ବୋଲି ଭିନେଶ ଅଭିଯୋଗ ଆଣିଛନ୍ତି । ଏ ନେଇ ଯୋଗେଶ୍ୱରଙ୍କ ବୟାନ ଆସି ନାହିଁ ।

Leave A Reply

Your email address will not be published.