Latest Odisha News

BREAKING NEWS

ଅସୁସ୍ଥ ମାଆଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ

ଋଷିକେଶ: ଉତରପ୍ରଦେଶର ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଋଷିକେଶର ଏମ୍ସକୁ ଯାଇ ଅସୁସ୍ଥ ମାଆଙ୍କୁ ଭେଟିଛନ୍ତି । କିଛି ଦିନ ହେବ ତାଙ୍କ ମାଆଙ୍କ ଦେହ ଭଲ ରହୁ ନାହିଁ । ଏମ୍ସରେ ତାଙ୍କ ଚିକିତ୍ସା ଚାଲିଛି । ଚିକିତ୍ସକଙ୍କ ପରାମର୍ଶକ୍ରମେ ସେ ନିୟମିତ ବ୍ୟବଧାନରେ ଆସି ରୁଟିନ ଚେକଅପ କରାଇଥାନ୍ତି । ସେ ମାସ୍କ ପିନ୍ଧି ମାଆଙ୍କ ପାଖରେ ବସି ଗପୁଥିଲେ । ମାଆ ତାଙ୍କୁ କିଛି କହିବା ପରେ ସେ ମାସ୍କ ବାହାର କରିଥିଲେ । ସେ ସୁସ୍ଥ ଅଛନ୍ତି ଏବଂ କୌଣସି ଚିନ୍ତାଜନକ ଖବର ନାହିଁ ବୋଲି ଡାକ୍ତର କହିଛନ୍ତି ।

ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆରେ ମାଆଙ୍କ ସହ କାଟିଥିବା ସମୟକୁ ପୋଷ୍ଟ କରିଛନ୍ତି । ଯୋଗୀଙ୍କ ସହ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ହରିଦ୍ୱାର ସାଂସଦ ତ୍ରିବେନ୍ଦ୍ର ସିଂ ରାୱତ, ସ୍ୱାସ୍ଥ୍ୟମନ୍ତ୍ରୀ ଧନ ସିଂ ରାୱତ ପ୍ରମୂଖ ଉପସ୍ଥିତ ଥିଲେ । ଯୋଗୀଙ୍କୁ ଭେଟିବା ପରେ ତାଙ୍କ ମାଆ ବେଶ ଖୁସି ଥିବା ଜଣା ପଡୁଥିଲା ।

Leave A Reply

Your email address will not be published.