Latest Odisha News

BREAKING NEWS

କାର୍ତ୍ତିକ ପୂର୍ଣ୍ଣିମାରେ ବାବା ଧବଳେଶ୍ୱରଙ୍କ ଆଜି ଯୋଗୀ ବେଶ

ଆଠଗଡ଼: ଆଜି କାର୍ତ୍ତିକ ପୂର୍ଣ୍ଣିମା । ଯୋଗୀ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ହେଲେ ଏହି ବେଶକୁ ଦର୍ଶନ କରିପାରିବେନି ଭକ୍ତ । କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ୱର ପୀଠରେ ୧୪୪ଧାରା ଲାଗୁ କରାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ଼ କଟକଣା ପାଇଁ ଦର୍ଶନ ମନା ରହିଛି । ଆଜିର ଦିନରେ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଜମିଥାଏ ।

ଏହି ଭିଡ଼କୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କୁ ପୀଠକୁ ନଆସିବା ପାଇଁ ବାରଣ କରାଯାଇଛି । ପୂଜକ ସମିତି ପକ୍ଷରୁ ସମସ୍ତ ପ୍ରକାରର ନୀତିକାନ୍ତି ଶେଷ ହୋଇଛି । ୪ଟାରୁ ପହଡ ଖୋଲାଯାଇଥିଲା । ୧୦୮ କଳସ ପବିତ୍ର ଜଳରେ ସ୍ନାନ କରାଯାଇଥିଲା । ମଙ୍ଗଳ ଆଳତୀ ସକାଳ ଧୂପ ଆଦି ହୋଇଥିଲା ।

Leave A Reply

Your email address will not be published.