Latest Odisha News

୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମୀ ନେବେ ବାଧ୍ୟତାମୂଳକ ଅବସର, ଏହି ସରକାର କଲେ ବଡ ଘୋଷଣା

ଲକ୍ଷ୍ନୌ: ଯୋଗୀ ସରକାରଙ୍କ ବଡ ନିଷ୍ପତି । ଏଣିକି ୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମୀ ନେବେ ବାଧ୍ୟତାମୂଳକ ଅବସର । ୨୦୨୩ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଯେଉଁ ପୋଲିସ କର୍ମଚାରୀଙ୍କର ବୟସ ୫୦ ବର୍ଷ ପାର ହୋଇଯାଇଛି ସେମାନଙ୍କ ଟ୍ରାକ୍ ରେକର୍ଡ ଦେଖି ସେମାନଙ୍କୁ ଅବସର ଦିଆଯିବ । ଏଡିଜି ସଂଜୟ ସିଙ୍ଘଲଙ୍କ ତରଫରୁ ସମସ୍ତ ଆଇଜି ରେଞ୍ଜ, ଏଡିଜି ଜୋନ, ସମସ୍ତ ୭ ପୋଲିସ କମିଶନର ସହ ପୋଲିସର ସମସ୍ତ ବିଭାଗକୁ ଏହି ଆଦେଶ ପଠାଯାଇଛି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ପୋଲିସ ଏହି ପୋଲିସ କର୍ମଚାରୀଙ୍କୁ ସ୍କ୍ରିନିଂ କରି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବା ନେଇ ପ୍ରକ୍ରିୟା ଆରମ୍ଭ କରିଛି। ଏଡିଜି ସଞ୍ଜୟ ସିଙ୍ଗଲଙ୍କ ପକ୍ଷରୁ ସମସ୍ତ ଆଇଜି ରେଞ୍ଜ ,ଏଡିଜି ଜୋନ୍, ସମସ୍ତ ୭ ଜଣ ପୋଲିସ କମିଶନରଙ୍କ ସମେତ ସମସ୍ତ ପୋଲିସ ବିଭାଗକୁ ଏହି ନିର୍ଦ୍ଦେଶ ପଠାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ୨୦୨୩ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଯେଉଁ ପୋଲିସ କର୍ମଚାରୀ ୫୦ ବର୍ଷ ପାର କରିଛନ୍ତି ସେମାନଙ୍କ ଟ୍ରାକ ରେକର୍ଡ ଦେଖିବା ପରେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ। ଏଭଳି ପୋଲିସ କର୍ମୀଙ୍କ ତାଲିକା ପୋଲିସ ବିଭାଗ ପକ୍ଷରୁ ମୁଖ୍ୟ କାର୍ଯ୍ୟାଳୟକୁ ପଠାଯିବ । ଏନେଇ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

କେବଳ ବୟସ ନୁହେଁ ଯେଉଁ ପୋଲିସ କର୍ମୀଙ୍କ ନାମରେ ଦୁର୍ନୀତି ଅଭିଯୋଗ ରହିଛି ସେମାନଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯିବ । ଏହାସହ ପୋଲିସ ବିଭାଗର ଅଯୋଗ୍ୟ ଅଧିକାରୀଙ୍କୁ ମଧ୍ୟ ଅବସର ଦିଆଯିବ । ଏନେଇ ଏଡିଜିଙ୍କ ତରଫରୁ ସେହିଭଳି ପୋଲିସ କର୍ମୀଙ୍କ ତାଲିକା ମଗାଯାଇଛି ଯେଉଁମାନେ ଏହି ସବୁ ନିୟମ ପରିସରକୁ ଆସୁଛନ୍ତି ।

 

Comments are closed.