Latest Odisha News

ରୋହିତଙ୍କୁ କିଏ କହିଲେ ପ୍ରତିଦିନ ୧୦ କିଲୋମିଟର ଦୌଡ

ମୁମ୍ବାଇ: ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦ରୁ ଅବସର ନେଇ ସାରିଛନ୍ତି । ଏବେ ସେ କେବଳ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ୨୦୨୭ ବିଶ୍ୱକପ ଖେଳିବା ସହ ଭାରତକୁ ଚାମ୍ପିୟନ କରିବା ରୋହିତଙ୍କ ବଡ ସ୍ୱପ୍ନ ରହିଛି । ତେବେ ତାଙ୍କ ଫର୍ମ, ବୟସ ଓ ଫିଟନେସ ସମସ୍ୟା ସୃଷ୍ଟି କରିବାରେ ଲାଗିଛି । ଏହି ଅବସରରେ ରୋହିତଙ୍କ ନିକଟରେ ଅନେକ କ୍ରିକେଟ ବାକି ରହିଛି ବୋଲି ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କହିଛନ୍ତି ।

ପ୍ରତ୍ୟେକ ଦିନ ୧୦ କିଲୋମିଟର ଦୌଡ । ୪ଜଣ ଲୋକ ନିଜ ପଛରେ ଲଗାଆ । ଘରୋଇ କ୍ରିକେଟ ଖେଳ । ଯେତେ ଖେଳିବ ସେତେ ଫିଟ ରହିବ । ଚାମ୍ପିୟନ୍ସ ଟ୍ରଫିରେ ରୋହିତ ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଦର୍ଶାଇଥିଲେ । ସେ ୮୩ ବଲରେ ୭୬ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ଭାରତ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ଚାମ୍ପିୟନ୍ସ ଟ୍ରଫି ପରେ ରୋହିତ ଏବଂ ବିରାଟ କୋହଲି ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି ।

Comments are closed.