ନୂଆଦିଲ୍ଲୀ: ମେଡିକ୍ଲେମ୍ ଦାବି କରିବା ପାଇଁ ବର୍ତ୍ତମାନ୍ ଆଉ ୨୪ ଘଣ୍ଟା ହସ୍ପିଟାଲରେ ରହିବାକୁ ପଡିବ ନାହିଁ। ବର୍ତ୍ତମାନ୍ ମାତ୍ର ୨ ଘଣ୍ଟା ମେଡିକାଲରେ ରହିଲେ ମଧ୍ୟ ସ୍ବାସ୍ଥ୍ୟ ବୀମା ଦାବି କରି ହେବ।
ତେବେ ପୂର୍ବରୁ ସ୍ୱାସ୍ଥ୍ୟ ବୀମା ଦାବି କରିବାକୁ ହେଲେ ୨୪ ଘଣ୍ଟା ପାଇଁ ହସ୍ପିଟାଲରେ ରହିବା ବାଧ୍ୟତାମୂଳକ ହୋଇଯାଇଥିଲା।କିନ୍ତୁ ବର୍ତ୍ତମାନ୍ ଏହାକୁ ପରିବର୍ତନ କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ ପଲିସିବଜାରର ସ୍ୱାସ୍ଥ୍ୟ ବୀମା ମୁଖ୍ୟ ସିଦ୍ଧାର୍ଥ ସିଂଘଲ କହିଛନ୍ତି ଯେ, ଗତ ଦଶ ବର୍ଷ ମଧ୍ୟରେ ଉନ୍ନତ ପ୍ରଣାଳୀର ଚିକିତ୍ସା ମାଧ୍ୟମ ଦ୍ଵାରା ଅସ୍ତ୍ରୋପଚାର କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିଛି। ଯାହା ଦ୍ଵାରା ବେଶି ସମୟ ଧରି ମେଡିକାଲରେ ରହିବାକୁ ମଧ୍ୟ ପଡୁନାହିଁ।
ଆଗରୁ ମୋତିଆବିନ୍ଦୁ ଅପରେସନ୍, କେମୋଥେରାପି କିମ୍ବା ଆଞ୍ଜିଓଗ୍ରାଫି ପାଇଁ ରାତିସାରା ହସ୍ପିଟାଲରେ ରହିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ୍ ଉନ୍ନତ ମାନର ଚିକିତ୍ସା ପ୍ରଣାଳୀ ଦ୍ଵାରା ଏସବୁ କେବଳ କିଛି ଘଣ୍ଟା ମଧ୍ୟରେ ହୋଇପାରୁଛି। ଏସବୁକୁ ଦୃଷ୍ଟିରେ ରଖି ଅନେକ ବୀମା କମ୍ପାନୀ ସେମାନଙ୍କର ପଲିସିରେ ୨ ଘଣ୍ଟାର ହସ୍ପିଟାଲିଟେସନକୁ ମଧ୍ୟ କଭର କରୁଛନ୍ତି ଯାହାଦ୍ଵାରା ଯେଉଁମାନେ ସ୍ବାସ୍ଥ୍ୟ ବିମା ପଲିସି ନେଇଥିବା ସେମାନଙ୍କୁ ମଧ୍ୟ ସମସ୍ତ ସୁବିଧା ମିଳିପାରିବ।
ତେବେ ଏହାକୁ କଭର କରୁଥିବା କମ୍ପାନୀଗୁଡ଼ିକ ମଧ୍ୟରେ ICICI Lombard Elevate Plan, Care-Supreme Plan ଏବଂ Niva Bupa ଅନ୍ତର୍ଭୁକ୍ତ ଅଛନ୍ତି। ICICI Lombard Elevate Plan ବାର୍ଷିକ ୯୧୯୫ ଟଙ୍କା ପ୍ରିମିୟମ୍ ରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭରେଜ୍ ପ୍ରଦାନ କରେ। ତେବେ ଏହା ସେହି ମାନଙ୍କ ପାଇଁ ଯାହାର ବୟସ ୩୦ ବର୍ଷ ପର୍ଯ୍ୟନ୍ତ ଥିବ କିନ୍ତୁ ସେମାନେ ଧୁମ୍ରପାନ କରୁନଥିବେ।
ସେହିପରି Care Supreme ପାଇଁ ବାର୍ଷିକ ପ୍ରିମିୟମ୍ ୧୨୭୯୦ ଟଙ୍କାରୁ ଆରମ୍ଭ ହୁଏ ଏବଂ Niva Bupa Health Reassure ପାଇଁ ପ୍ରିମିୟମ୍ ୧୪୧୯୯ ଟଙ୍କାରୁ ଆରମ୍ଭ ହୋଇଥାଏ ।
Comments are closed.