Latest Odisha News

BREAKING NEWS

ଏମିତି ଏକ ଗାଁ: ଯେଉଁଠି ପ୍ରତ୍ୟେକଙ୍କ ଘର ଆଗରେ କବର

ଝାଡଖଣ୍ଡ: ପ୍ରତ୍ୟେକ ଗାଁର ଭିନ୍ନ ଭିନ୍ନ ପରମ୍ପରା ରହିଛି । କିନ୍ତୁ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଏମିତି ଏକ ଗାଁ ଅଛି, ଯେଉଁଠାରେ ସମସ୍ତଙ୍କ ଘର ସାମ୍ନାରେ କବର ରହିଛି । ଆଉ ଘରର ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ କବରରେ ପୂର୍ବପୁରୁଷଙ୍କୁ ପୂଜା କରାଯିବାର ପରମ୍ପରା ରହିଛି । ସେଥିପାଇଁ ଏହି ଗାଁର ନାମ ଭୂତ୍ ଗାଁ ଭାବେ ପରିଚିତ ।

ରାଞ୍ଚିଠାରୁ ୪୦ କିମି ଦୂର ତଥା ଖୁଣ୍ଟି ଜିଲ୍ଲାରେ ରହିଛି ଭୂତ୍ ଗାଁ । ଏହି ଗାଁରେ ୩୦୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି । ଏହି ଗାଁର ବିଶେଷତ୍ୱ ହେଲା, ଏଠାରେ ପ୍ରତ୍ୟେକ ଘର ବାହାରେ କବର ନିର୍ମାଣ କରାଯାଇଛି । ଏହି କବରଗୁଡ଼ିକୁ ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟାରେ ପୂଜା କରାଯାଏ । ଘରେ କୌଣସି ଶୁଭ କାର୍ଯ୍ୟ କିମ୍ବା ଛୋଟପିଲାଙ୍କ ଜନ୍ମଦିନ ପାଳନ କରିବା ପୂର୍ବରୁ ଏହି କବରକୁ ପୂଜା କରାଯାଇଥାଏ । ନହେଲେ ଉକ୍ତ କାର୍ଯ୍ୟ ଅଶୁଭ ହୋଇଥାଏ ବୋଲି ସେଠାକାର ଲୋକଙ୍କ ବିଶ୍ୱାସ । ଘରୁ ବାହାରକୁ ଯିବା ବେଳେ ସେମାନଙ୍କ ଆଶୀର୍ବାଦ ଗ୍ରହଣ କରାଯିବାର ପରମ୍ପରା ରହିଛି ।

ଗାଁର ବାସିନ୍ଦା ପ୍ରକାଶ କହିଛନ୍ତି ଯେ, ଏହି ଗାଁରେ ପ୍ରତ୍ୟେକ ଘର ବାହାରେ ଅନେକ କବର ଅଛି । ବାସ୍ତବରେ ଏହା ଆମର ପିତୃପୁରୁଷଙ୍କ କବର, ଯାହାକୁ ଆମେ ଭୂତ୍ ବୋଲି କହିଥାଉ । ଗାଁର ନାମ ମଧ୍ୟ ତାଙ୍କ ନାମରେ ‘ଭୂତ୍ ଗାଁ’ ରଖାଯାଇଛି । ଆମ ଆଦିବାସୀ ସମ୍ପ୍ରଦାୟରେ ଭଗବାନଙ୍କୁ ଭୂତ୍ ବୋଲି କୁହାଯାଏ । ଆମେ ପୂର୍ବପୁରୁଷମାନଙ୍କୁ ଆମର ଈଶ୍ୱର ବୋଲି ବିବେଚନା କରୁ । ତେଣୁ ଆମେ ସେମାନଙ୍କୁ ଭଗବାନ ଭାବରେ ବିବେଚନା କରି ପୂଜାର୍ଚ୍ଚନା କରିଥାଉ । ଭୂତମାନଙ୍କୁ ପୂଜା କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ବଜାୟ ରହିଥାଏ ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ।

ଏହି ପରମ୍ପରା ପ୍ରାଚୀନ କାଳରୁ ଚାଲିଆସୁଛି । ଯେତେବେଳେ ଘରର କୌଣସି ସଦସ୍ୟଙ୍କ ମୃତ୍ୟୁ ହୁଏ, ଘର ବାହାରେ ତାଙ୍କ ନାମରେ ଏକ କବର ତିଆରି କରାଯାଏ । ଏଥିରେ ସେହି ବ୍ୟକ୍ତିଙ୍କ ବିଷୟରେ ସମସ୍ତ ତଥ୍ୟ ରହିଥାଏ । ଯେମିତି କି, କେଉଁ ଦିନ ମୃତ୍ୟୁ ହୋଇଛି, କିଏ ଶେଷ ରୀତିନୀତି କରିଥିଲେ, ଭୋଜିରେ କେତେ ଲୋକ ଆସିଥିଲେ, କିଏ ଭୋଜିର ଖର୍ଚ୍ଚ ବହନ କରିଥିଲେ କେମିତି ମୃତ୍ୟୁ ହେଲା, କେତେ ବର୍ଷ ବଞ୍ଚଥିଲେ ଆଦି ତଥ୍ୟ ରହିଥାଏ । ଏପରି ଲେଖିବାର କାରଣ ଏହା ଆମର ପୂର୍ବଜଙ୍କ ସ୍ମୃତିକୁ ସତେଜ ରଖେ । ସେମାନେ ଯୋଗ୍ୟ ସମ୍ମାନ ପାଆନ୍ତି । ସେଥିପାଇଁ ପ୍ରତ୍ୟେକଙ୍କ ଘର ସାମ୍ନାରେ କବର ତିଆରି କରାଯାଏ । ଏଠାରେ ସମସ୍ତେ ପୂର୍ବପୁରୁଷମାନଙ୍କୁ ପ୍ରାଥମିକତା ଦେଇଥାଉ ।

Leave A Reply

Your email address will not be published.