Latest Odisha News

BREAKING NEWS

ମରିବାର ଅଛି ତ ବସ୍ ସାମ୍ନାକୁ ଯାଅ, ମୋ ଦେଢ କୋଟିର କାରପାଖକୁ ନୁହେଁ..ବାଇକ ଆରୋହୀଙ୍କ ଉପରେ ବର୍ଷିଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବୋହୂ

ନୂଆଦିଲ୍ଲୀ:ପୂର୍ବ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ବୋହୂ ତଥା ଏଚଡି ରେବନ୍ନାଙ୍କ ପତ୍ନୀ ଭବାନୀ ରେବନ୍ନାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ କ୍ଲିପରେ ଭବାନୀ ରେବନ୍ନା ଜଣେ ବାଇକ ଆରୋହୀଙ୍କୁ ତେଢା ଗଳାରେ କିଛି କହୁଛନ୍ତି । ତାଙ୍କ କଥାରୁ ଯାହା ଜଣାପଡୁଛି, ବାଇକ ଆରୋହୀ ତାଙ୍କ କାରକୁ ଧକ୍କା ଦେଇଛି । ତେଣୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବୋହୂ ରାଗି ଯାଇଛନ୍ତି ।

ଭିଡିଓରୁ ଜାଣିବାକୁ ମିଳିଛି, ଭବାନୀ ରେବନ୍ନା ବାଇକ ଆରୋହୀଙ୍କୁ ଗାଳି ଦେଇ ତାଙ୍କ ଦାମୀ କାରକୁ ନଷ୍ଟ ନ କରି  ବସ ତଳକୁ ଯାଇ ମରିବାକୁ କହୁଛନ୍ତି । ସେତିକି ନୁହେଁ, ସେଠାରେ ଉପସ୍ଥିତ ଲୋକଙ୍କ ଉପରେ ମଧ୍ୟ ସେ ତାଙ୍କର ରାଗ ସୁଝାଉଥିବା ଦେଖିବାକୁ ମିଳିଛି । ସେ କହୁଛନ୍ତି, ତାଙ୍କ କାରର ମୂଲ୍ୟ ଦେଢ କୋଟି ଟଙ୍କା । ଯଦି ତାଙ୍କ କାରର କିଛି କ୍ଷତି ହେଲା କିଏ ବୁଝିବ ? କ୍ଷତିପୂରଣ କିଏ ଦେବ ? ଉପସ୍ଥିତ ଲୋକଙ୍କ ଉଦ୍ଦେଶ୍ୟରେ କହୁଛନ୍ତି, ‘ମୋର ଦେଢ କୋଟି ଟଙ୍କାର କାର ଖରାପ ହୋଇଗଲା, ଏହା ପରେ ବାଇକ ଆରୋହୀର ସୁରକ୍ଷା ନେଇ ଚିନ୍ତା କରୁଛ ?‘

କୁହାଯାଉଛି, ଜେଡିଏସ ନେତା ଭବାନୀ ରେବନ୍ନାଙ୍କ କାର ସହ ଏକ ବାଇକ ଧକ୍କା ଲାଗିଗଲା । ଏହାପରେ ଭବାନୀଙ୍କ ଡ୍ରାଇଭର ମଞ୍ଜୁନାଥ ବାଇକ ଆରୋହୀ ଶିବନ୍ନାଙ୍କ ବିରୋଧରେ ପୋଲିସରେ ଏକ ମାମଲା ଦାଏର କରିଛନ୍ତି । ପୋଲିସ ମଧ୍ୟ କାରକୁ ଧକ୍କା ଦେଇଥିବା ବାଇକ ଆରୋହୀଙ୍କ ନାଁରେ ମାମଲା ରୁଜୁ କରିଛି । ବାଇକ ଆରୋହୀଙ୍କ ବିରୋଧରେ ସିଆରପିସି ଧାରା ୧୫୭ ଅନୁସାରେ ମହୀଶୁର ଜିଲ୍ଲାର ସାଲିଗ୍ରାମ ପୋଲିସ ଷ୍ଟେଶନରେ ମାମଲା ରୁଜୁ ହୋଇଛି ।

Comments are closed.