Latest Odisha News

BREAKING NEWS

କଳାକୃତି ମାଧ୍ୟମରେ ରତ୍ନ ଭଣ୍ଡାର ଖୋଲିବାକୁ ଅନୁରୋଧ

ଭୁବନେଶ୍ବର: କଳାକୃତି ମାଧ୍ୟମରେ ରତ୍ନ ଭଣ୍ଡାର ଖୋଲିବାକୁ ଅନୁରୋଧ କଲେ ଯୁବ କଳାକାର। ଆଇସକ୍ରିମ କାଠିରେ ତିଆରି ହୋଇଛି ସୁନ୍ଦର କଳାକୃତି। ଏହି କଳାକାର ଜଣକ ହେଉଛନ୍ତି ବିଶ୍ଵଜିତ ନାୟକ। ଯିଏକି ବି-ଟେକ ତୃତୀୟ ବର୍ଷ ଇଲୋକ୍ଟ୍ରୋନିକସ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପଢୁଛନ୍ତି। ସେ ନୂଆ ଆଇସକ୍ରିମ କାଠିରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଗୋଟିଏ ହସ୍ତଶିଳ୍ପ କରିଛନ୍ତି।

ସେ କଳାକୃତି ମାଧ୍ୟମରେ ରତ୍ନ ଭଣ୍ଡାର ଖୋଲାଯିବା ପାଇଁ ଅନୁରୋଧ କରିଛନ୍ତି। ତେବେ ଏହି କଳାକୃତି କରିବା ପାଇଁ ତାଙ୍କୁ ୩ ଦିନ ସମୟ ଲାଗିଥିଲା ବେଳେ କଳାକୃତିରେ ରଙ୍ଗ, ଅଠା ଓ ନୂଆ ଆଇସକ୍ରିମ କାଠି ବ୍ୟବହାର କରାଯାଇଛି। ଏହାର ଉଚ୍ଚତା ୮ ଇଞ୍ଚ ଓ ପ୍ରସ୍ଥ ୨୦ ଇଞ୍ଚ ହୋଇଥିଲା ବେଳେ ଏଥିପାଇଁ ୪୭୫ ଆଇସକ୍ରିମ କାଠି ବ୍ୟବହାର ହୋଇଥିବା କହିଛନ୍ତି ଯୁବ କଳାକାର ବିଶ୍ଵଜିତ।

Leave A Reply

Your email address will not be published.