Latest Odisha News

BREAKING NEWS

କୋହଲିଙ୍କ ପାଇଁ ୫୮ କିମି ସାଇକେଲ ଚଳାଇଲେ ୧୫ ବର୍ଷୀୟ ପ୍ରଶଂସକ

କାନପୁର: ଗ୍ରୀନପାର୍କ ଷ୍ଟାଡିୟମରେ ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ ସେପ୍ଟମ୍ବର ୨୭ରୁ ଆରମ୍ଭ ହୋଇଛି । ଏହି ମ୍ୟାଚକୁ ଦେଖିବା ପାଇଁ ଜଣେ ୧୫ ବର୍ଷୀୟ ପ୍ରଶଂସକ ୫୮ କିଲୋମିଟର ସାଇକେଲ ଚଳାଇ ଆସିବା ଚର୍ଚ୍ଚାର କାରଣ ସାଜିଛି । ଏପରିକି ଏହି ଖବର ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଭାଇରାଲ ହେବାରେ ଲାଗିଛି । କାର୍ତିକେୟ ନାମକ ଏହି ବାଳକ ବିରାଟ କୋହଲିଙ୍କ ଜବରଦସ୍ତ ପ୍ରଶଂସକ ଅଟନ୍ତି । ସେ ତାଙ୍କ ବ୍ୟାଟିଂ ଦେଖିବା ପାଇଁ ଉନ୍ନାବରୁ କାନପୁର ସାଇକେଲରେ ଆସିଥିଲେ । ସକାଳ ୪ଟା୩୦ରୁ ସାଇକେଲ ଚଳାଇ ସେ ୧୧ଟା ବେଳେ ଷ୍ଟାଡିୟମ ନିକଟରେ ପଂହଚିଥିଲେ । କାର୍ତିକେୟ ୧୦ମ ଶ୍ରେଣୀରେ ପାଠ ପଢ଼ୁଛନ୍ତି ।

ତେବେ ପ୍ରଥମ ଦିନ ବାଂଲାଦେଶ ବ୍ୟାଟିଂ କରିବାରୁ କାର୍ତିକେୟ ନିରାଶ ହୋଇଥିଲେ । ତୁମ ମାତାପିତା ଏଥିପାଇଁ ଅନୁମତି ଦେଇଥିଲେ କି ପ୍ରଶ୍ନର ଉତରରେ ସେ କହିଥିଲେ, ନାଁ ସେମାନେ ମନା କରି ନ ଥିଲେ । ପ୍ରଥମ ଦିବସରେ ବର୍ଷା ଯୋଗୁ ମାତ୍ର ୩୫ ଓଭର ଖେଳାଯିବା ସମ୍ଭବପର ହୋଇଛି । ବାଂଲାଦେଶ ୩ ୱିକେଟ ବିନିମୟରେ ୧୦୭ ରନ ସଂଗ୍ରହ କରିଛି ।

Leave A Reply

Your email address will not be published.