Latest Odisha News

BREAKING NEWS

ବୁମରାହଙ୍କ ଶୈଳୀରେ ବୋଲିଂ କରି ଚର୍ଚ୍ଚାରେ ଛାତ୍ରୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ପେସର ଯଶପ୍ରୀତ ବୁମରାହ ତାଙ୍କ ବୋଲିଂ ପ୍ରଦର୍ଶନ ବଳରେ ଭାରତକୁ ଅନେକ ମ୍ୟାଚରେ ବିଜୟୀ କରାଇଛନ୍ତି । ତାଙ୍କ ନିଆରା ବୋଲିଂ ଶୈଳୀ ଏବଂ ଲାଇନ ଲେନଥ ବୋଲିଂ ଯୋଗୁ ବ୍ୟାଟ୍ସମ୍ୟାନ ଅସୁବିଧା ପଡିଥାନ୍ତି । ଏବେ ନିକଟରେ ଜଣେ ସ୍କୁଲ ଛାତ୍ରୀ ବୁମରାହଙ୍କ ଶୈଳୀରେ ବୋଲିଂ କରି ବେଶ ଚର୍ଚ୍ଚିତ ହୋଇ ପଡିଛନ୍ତି । ସ୍କୁଲ ୟୁନିଫର୍ମରେ ତାଙ୍କ ବୋଲିଂର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତାଙ୍କ ରନଅପ ଏବଂ ବୋଲିଂରେ ବେଶ ପ୍ରଭାବଶାଳୀ ମନେ ହେଉଛି । ଏପରିକି ୟୁଜର୍ସମାନେ ଏବେଠାରୁ ତାଙ୍କ ନାମ ଲେଡୀ ବୁମରାହ ରଖି ସାରିଛନ୍ତି । ସେ ନିଜେ ମଧ୍ୟ ବୁମରାହଙ୍କ ପରି ବୋଲର ହେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।

Comments are closed.