Latest Odisha News

BREAKING NEWS

ଟି୨୦ ସିରିଜ: ଜିମ୍ବାୱେ ଗସ୍ତରେ ଗଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ମଙ୍ଗଳବାର ସକାଳେ ଜିମ୍ବାୱେ ଗସ୍ତରେ ଯାଇଛନ୍ତି । ଏହି ସିରିଜ ପାଇଁ ସମ୍ପୂର୍ଣ୍ଣ ଭାବେ ଯୁବ ଟିମ ଘୋଷଣା କରାଯାଇଛି । ୬ଜୁଲାଇରେ ଏହି ସିରିଜ ପ୍ରଥମ ମୁକାବିଲା ହରାରେ ଖେଳାଯିବ । ଟି୨୦ ବିଶ୍ୱକପ ପରେ ବାର୍ବାଡୋସରେ ବାତ୍ୟା ଯୋଗୁ ଫସିଥିବା ଯଶସ୍ୱୀ ଜୈସୱାଲ, ରିଙ୍କୁ ସିଂ, ଖଲୀଲ ଅହମ୍ମଦ ଓ ସଞ୍ଜୁ ସାମସନ ପଛରେ ଦଳ ସହିତ ଯୋଗ ଦେବେ । ଦଳର ନେତୃତ୍ୱ ଶୁଭମନ ଗିଲ ନେବେ । ଜିମ୍ବାୱେ ଟିମ ଭାରତ ବିପକ୍ଷରେ ଆଜି ପର୍ଯ୍ୟନ୍ତ କୌଣସି ଟି୨୦ ସିରିଜ ଜିତି ପାରି ନାହିଁ । ୨୦୨୨ରେ ଭାରତୀୟ ଟିମ ୩-୦ରେ ଦିନିକିଆ ସିରିଜ କବଜା କରିଥିଲା ।

ଭିଭିଏସ ଲକ୍ଷ୍ମଣଙ୍କୁ ଏହି ସିରିଜ ପାଇଁ କୋଚ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଭାରତୀୟ ଟିମ: ଶୁଭମନ ଗିଲ (ଅଧିନାୟକ), ଯଶସ୍ୱୀ ଜୈସୱାଲ, ରିତୁରାଜ ଗାଏକ୍ୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ, ଧ୍ରୁବ ଜୁରେଲ, ଶିବମ ଦୁବେ, ରିୟାନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଶ୍ନୋଇ, ଆଭେଶ ଖାଁ, ଖଲୀଲ ଅହମ୍ମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ ।

Leave A Reply

Your email address will not be published.