Latest Odisha News

ଆତ୍ମହତ୍ୟା ଉଦ୍ୟମ, ଦେହରେ କିରୋସିନି ଢାଳି ନିଆଁ ଲଗାଇଲେ ଯୁବତୀ 

ଧର୍ମଗଡ଼: ନିଜ ଦେହରେ କିରୋସିନି ଢାଳି ହୋଇ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିନ୍ଦୁରପୁର ପଞ୍ଚାୟତ ଗଣେଶ୍ବରପୁର ଗାଁରେ । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀ ଜଣଙ୍କ ହେଉଛନ୍ତି 23 ବର୍ଷ ବୟସ୍କ ରୋହିଣୀ ଭୁଏ ।

ରୋହିଣୀ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସୁରେନ୍ଦ୍ର ସାଏ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣ ଯୋଗୁ ରୋହିଣୀ ଆତ୍ମହତ୍ୟା ଉଦ୍ୟମ କଲେ ତାହା ଏଯାଏ ଜଣାପଡିନାହିଁ ।

Leave A Reply

Your email address will not be published.