ନ୍ୟୁୟର୍କ: କଥାରେ ଅଛି, ଭଗବାନ ମଣିଷକୁ ସୃଷ୍ଟି କରିଥାନ୍ତି । କାହାକୁ କଳା କରିଥିବା ବେଳେ କାହାକୁ ଗୋରା କରିଥାନ୍ତି । ସେମିତି କାହାକୁ ସୁନ୍ଦର ଚେହେରା ଦେଇଥିବା ବେଳେ ଆଉ କାହାକୁ ବିକୃତ ଚେହେରା ବି ଦେଇଥାନ୍ତି । ଏହା ଭଗବାନଙ୍କ ଦାନ ଭାବି ସମସ୍ତେ ପସନ୍ଦ କରିଥାନ୍ତି । କିନ୍ତୁ ଏମିତି ଜଣେ ମହିଳା ନିଜ ଚେହେରାରେ ଅସନ୍ତୁଷ୍ଟ ହୋଇ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି । ହେଲେ ଏହା ତାଙ୍କୁ ମହଙ୍ଗା ପଡ଼ିଛି ।
୩୭ ବର୍ଷୀୟ ନାସିରିନ୍ କଫିଲ୍ଡ ନ୍ୟୁୟର୍କରେ ରୁହନ୍ତି । ସେ ଦେଖିବାକୁ ବହୁତ ସୁନ୍ଦର । ହେଲେ ତାଙ୍କୁ ବିଲେଇ ଆଖି ବହୁତ ପସନ୍ଦ । ତାଙ୍କର ଇଛା ଥିଲା ନିଜ ଆଖିକୁ ବିଲେଇ ଆଖି ଆକୃତି କରିବାକୁ । ତେଣୁ ସେ ସବୁବେଳେ ଚାହୁଁଥିଲେ ତାଙ୍କ ଆଖି ବିଲେଇ ପରି ଦେଖାଯାଉ । ଏଥିପାଇଁ ସେ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଲେ । ଭାବିଥିଲେ ଅସ୍ତ୍ରୋପଚାର ପରେ ତାଙ୍କ ଆଖି ବିଲେଇ ପରି ଦେଖାଯିବ । ହେଲେ ଫଳ ଓଲଟା ହେଲା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅସ୍ତ୍ରୋପଚାର ସିନା କଲେ, ହେଲେ ବିଲେଇ ଆଖି ସଦୃଶ ହେବା ବଦଳରେ ତାଙ୍କ ଆଖି ଖରାପ ହୋଇଗଲା । କେବଳ ସେତିକି ନୁହେଁ, ମୁହଁ ବି ଅଜବ ହୋଇଗଲା ।
ଏବେ ନାସିରିନ୍ ସୋସିଆଲ ମିଡ଼ିଆରେ ନିଜର ଫଟୋ ଓ ଭିଡ଼ିଓ ସେୟାର କରି ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି । ତାଙ୍କ ଅବସ୍ଥା ଧୀରେ ଧୀରେ ଏବେ ସୁଧାରିବାକୁ ଲାଗିଛି ।
ତାଙ୍କ ଭିଡିଓ ଦେଖି ଅଧିକାଂଶ ଲୋକ ତାଙ୍କର ପୂର୍ବ ଲୁକ୍ ପସନ୍ଦ କରିଥିଲେ । କିନ୍ତୁ ଅନେକ ଲୋକ ତାଙ୍କର ଏଭଳି ଭୁଲ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ।
Comments are closed.