Latest Odisha News

BREAKING NEWS

ବିମାନ ପ୍ରେମରେ ଯୁବତୀ ପାଗଳ

ପ୍ରେମ କେତେବେଳେ କେଉଁଠି କାହାସହ ହେବ କେହି କହିପାରିବେ ନାହିଁ । କାରଣ ପ୍ରେମ ବୟସ, ଜାତି ଏବଂ ରଙ୍ଗର ଭେଦଭାବ ଦେଖେ ନାହିଁ । ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ହେବା ଖୁବ୍ ସ୍ୱାଭାବିକ ଘଟଣା । ଆମେ ଆପଣଙ୍କୁ ଏମିତି ଏକ ପ୍ରେମ କାହାଣୀ ବିଷୟରେ କହିବୁ, ଯାହା ଆପଣଙ୍କୁ ଟିକେ ଅଡ଼ୁଆ ଲାଗିପାରେ । ଏଠି ଜଣେ ଯୁବତୀ ଓ ଏକ ବିମାନ ଭିତରେ ପ୍ରେମ କାହାଣୀ ବିଷୟରେ ଆମେ ଆପଣଙ୍କୁ ଅବତାରଣା କରୁଛୁ । ଘଟଣାଟି ଘଟିଛିି ଜର୍ମାନୀରେ ।

ଜର୍ମାନୀରେ ରୁହନ୍ତି ୨୩ ବର୍ଷୀୟା ସାରା ରୋଡୋ । ତାଙ୍କ ପ୍ରେମ କାହାଣୀ ଅନ୍ୟମାନଙ୍କଠାରୁ ଭିନ୍ନ । ସାରାଙ୍କ ଜୀବନରେ ଅନେକ ପୁଅ ଆସିଛନ୍ତି, ହେଲେ କେହି ତାଙ୍କୁ ନିଜର କରି ପାରିନାହାନ୍ତି । ଏଥିରେ ବିରକ୍ତ ହୋଇ ସେ ବିମାନକୁ ଭଲ ପାଇ ବସିଲେ । ଏଥିଲାଗି ସେ ଘରେ ୩୦ରୁ ଅଧିକ ବିମାନ ରଖିଛନ୍ତି । ବାକି ସମୟ ସେ ଏହି ବିମାନ ସହିତ ଅତିବାହିତ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ସାରା କୁହନ୍ତି, ବୋଇଙ୍ଗ ୭୩୭ ବିମାନକୁ ସେ ବହୁତ ଭଲ ପାଆନ୍ତି । କାରଣ ସେ ପ୍ରଥମ ଥର ଯେତେବେଳେ ଏହି ବିମାନରେ ଯାତ୍ରା କରିଥିଲେ, ସେବେଠାରୁ ସେ ଏହାକୁ ପସନ୍ଦ କରିଥିଲେ । ସାରା ତାଙ୍କ ପ୍ରେମିକ ଜାହାଜକୁ ‘ଡିକି\’ ବୋଲି ଡାକିଥାନ୍ତି । ଏଥିସହିତ ଛୋଟ ଏବଂ ବଡ ବିମାନ ସମେତ ୬୦ ରୁ ଅଧିକ ଖେଳନା ନିଜ ଘରେ ରଖିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବିମାନ ମଡେଲରେ ପ୍ରାୟ ୪,୨୬୭ ଡଲାର ଖର୍ଚ୍ଚ କରିସାରିଲେଣି ।
ଅନ୍ୟପକ୍ଷରେ ବିଶେଷଜ୍ଞଙ୍କ କହିବା କଥା ହେଲା, ମଣିଷ ହୋଇ ଏକ ବସ୍ତୁକୁ ଭଲ ପାଇବା ଏକ ପ୍ରକାର ଅଜବ ରୋଗର ସଙ୍କେତ । ଏହାକୁ ଅବଜେକ୍ଟ ସେକ୍ସୁଆଲ ବୋଲି କୁହାଯାଏ । ଯେଉଁ ବ୍ୟକ୍ତି ଏପରି କିଛି ପ୍ରେମରେ ଏତେ ପାଗଳ ହୋଇଯାଆନ୍ତି ଯେ ସେ ତାଙ୍କୁ ନିଜ ଜୀବନସାଥୀ କରିବାକୁ ଚାହାଁନ୍ତି । ଆଉ ସାରା ଏହି ମାନସିକତାର ଝିଅ, ଯିଏ ବିମାନକୁ ବାହା ହେବାକୁ ଚାହୁଁଛନ୍ତି ।

Comments are closed.