Latest Odisha News

୧୩ ଡ଼ଲ୍‌ର ମାଆ ସାଜିଛନ୍ତି ମହିଳା, ଏହାକୁ ତିଆରି କରିବାରେ ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା

ଲଣ୍ଡନ: ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳୁଛି । ଯାହାକୁ ଦେଖିଲେ ବି ବିଶ୍ୱାସ କରିବା ସମ୍ଭବ ହୁଏ ନାହିଁ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମହିଳା ୧୩ଟି ଡ଼ଲର ମାଆ ସାଜିଛନ୍ତି । ପ୍ରତ୍ୟେକ ଦିନ ଛୋଟ ପିଲାଙ୍କ ପରି ଯତ୍ନ ନେବା ସହ ସେମାନଙ୍କ ଡ଼ାଏପର ବି ବଦଳାଉଛନ୍ତି । ମହିଳାଙ୍କ ଏପରି କାର୍ଯ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

୨୭ ବର୍ଷିୟା ଜେସ୍ ଏଲିସ୍ ନାମକ ଜଣେ ମହିଳା ପୂର୍ବ ଲଣ୍ଡନର ପ୍ଲାଷ୍ଟୋରେ ରୁହନ୍ତିି । ବୃତ୍ତିରେ ସେ ଜଣେ ବ୍ୟବସାୟୀ । ସେ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ସେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୩ ଟି ଡଲ୍‌ର ମାଆ ସାଜିଛନ୍ତି । ସେ ନିଜ ପିଲାମାନଙ୍କ ପରି ସେମାନଙ୍କର ଯତ୍ନ ନିଅନ୍ତି । ସେ ପ୍ରତିଦିନ ସେହି ଡଲଗୁୁଡ଼ିକର ଡାଏପର ବଦଳାନ୍ତି । ସେମାନଙ୍କୁ ବାହାରକୁ ବୁଲାଇବାକୁ ବି ନିଅନ୍ତି । ଏଥିରେ ତାଙ୍କ ପ୍ରେମିକ ମଧ୍ୟ ତାଙ୍କୁ ସାହାଯ୍ୟ କରନ୍ତି । କୋଭିଡ୍ ମହାମାରୀ ସମୟରେ ଜେସ୍ ନିଜକୁ ଏକାକୀ ଅନୁଭବ କରିଥିଲେ । ଏହା ପରେ ସେ ଅନଲାଇନରେ କିଛି ଡଲ୍ ଦେଖିଲେ । ସେମାନେ ଠିକ୍ ଛୋଟ ଛୁଆ ପରି ଦେଖାଯାଉଥିଲେ । ପରେ ଏହିପରି ଅନେକ ଡଲ୍ ସଂଗ୍ରହ କରିବା ଆରମ୍ଭ କରିଥିଲେ ।

ଜେସ୍ କହିଛନ୍ତି ଯେ , ଏହି ୧୩ ଡ଼ଲ ମୋର ଗୋଟେ ଗୋଟେ ସନ୍ତାନ । ମୁଁ ପ୍ରତ୍ୟେକ ଦିନ ସେମାନଙ୍କର ଯତ୍ନ ନିଏ । ମୁଁ ପ୍ରଥମେ ରେବିକା ନାମକ ଏକ ଡଲ୍ କିଣିଥିଲି । ଏହି ଡ଼ଲ ମୋତେ ଗୋଟେ ଛୋଟ ପିଲାର ଅନୁଭବ ଆଣିଦେଲା । ଏହା ପରେ, ଜେସ୍ ଶ୍ୟାମ, ବ୍ରୁକଲିନ୍‌, ଜାନ, ଲିଲି, ଆନ୍ନାଲିସ୍‌, ଆରିଆ, କୁକି, ଚାର୍ଲି, ପିପ୍ପା ଏବଂ ଜୁନ୍ ସହିତ ଅନ୍ୟ ଦୁଇଟି ଡଲ୍ କିଣଲି । ଏହିସବୁ ଡ଼ଲ କିଣିବାରେ ମୋର ୬ ଲକ୍ଷ ୧୮ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ମୁଁ ପ୍ରତ୍ୟେକ ଦିନ ଏହି ଡ଼ଲଗୁଡ଼ିକୁ ନୂଆ ନୂଆ ଡ଼୍ରେସ ପିନ୍ଧାଏ ଓ ଡ଼ାଏପର ବଦଳାଇଥାଏ । ମୁଁ ସବୁବେଳେ ପିଲାମାନଙ୍କୁ ବହୁତ ଭଲ ପାଏ । ପିଲାକୁ ନିଜ କୋଳରେ ଧରି ରଖିବା ଦ୍ୱାରା ବହୁତ ଶାନ୍ତି ଆସିଥାଏ । ମୋର ଏପରି କାର୍ଯ୍ୟରେ ମୋ ବାପା ଗର୍ବିତ ଅନୁଭବ କରନ୍ତି । ଜେସ୍ ଏବେ ଡଲ ତିଆରି ଏବଂ ବିକ୍ରି କରିବା ଆରମ୍ଭ କରିଛନ୍ତି ।

Comments are closed.