Latest Odisha News

କୁକୁର ପାଇଁ ଚାକିରି ଛାଡ଼ିଲେ ଯୁବତୀ

ଅଷ୍ଟ୍ରେଲିଆ: ଆମ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ଘରେ ପଶୁ ପକ୍ଷୀ ରଖିବାକୁ ପସନ୍ଦ କରନ୍ତି । ସେମାନଙ୍କ ଭିତରେ ଏମିତି ବି କିଛ ଲୋକ ଅଛନ୍ତି, ଯେଉଁମାନେ ନିଜ ଜୀବନଠାରୁ ପାଳିତ ପଶୁପକ୍ଷୀଙ୍କୁ ବେଶୀ ଭଲ ପାଇଥାନ୍ତି । ଏପରିକି ଏହି ପଶୁପକ୍ଷୀ ପ୍ରେମ ପାଇଁ ଅନେକ ନିଜ କ୍ୟାରିୟର କିମ୍ବା ସାଧାରଣ ଜୀବନକୁ ଅଣଦେଖା କରିଥାନ୍ତି । ଏମିତି ଏକ ଚରିତ୍ର ହେଲେ ୩୦ ବର୍ଷୀୟା ଆଶା ଡ଼ିଲନ୍‌, ଯିଏ କି କୁକୁର ପ୍ରେମ ମୋଟା ଅଙ୍କର ଚାକିରି ବି ଛାଡ଼ି ଦେଇଛନ୍ତି । ଏହି କାରଣରୁ ସୋସିଆଲ ମିଡ଼ିଆରେ ସେ ଖୁବ୍ ଚର୍ଚ୍ଚିତ ।

ଅଷ୍ଟ୍ରେଲିଆ ସିଡ୍‌ନୀରେ ରୁହନ୍ତି ଆଶା ଡିଲନ । ସେ ଏକ କମ୍ପାନୀରେ ପ୍ରଡକ୍ଟ ଡେଭେଲପମେଣ୍ଟ ମ୍ୟାନେଜର ଭାବେ କାମ କରନ୍ତି । ସେ କୁକୁରଙ୍କୁ ବହୁତ ଭଲ ପାଆନ୍ତି । ସେଥିଲାଗି ଘରେ ସେ ଏକ କୁକୁର ରଖିଛନ୍ତି । ତାର ନାଁ ରଖିଛନ୍ତି ରୋମିୟୋ । ତାର ଖୁବ୍ ଯତ୍ନ ନେବା ସହ ବାହାରକୁ ଗଲାବେଳେ ସାଙ୍ଗରେ ନେଇଥାନ୍ତି । ଆଶା କହିଛନ୍ତି ଯେ, ତାଙ୍କ କୁକୁର ରୋମିୟୋ ତାଙ୍କୁ ବହୁତ ଭଲ ପାଏ । ସେ ଯେତେବେଳେ ବାହାରକୁ ଯାଆନ୍ତି, ସେ ଖୁବ୍ ଜୋରରେ ଭୁକେ । ଘରର ଜିନିଷପତ୍ର ଏତେତେଣେ ଫିଙ୍ଗିଦିଏ । ଏମିତି ବି ସେ ଗାଧେଇବା ବେଳେ ମଧ୍ୟ ବାଥ୍‌ରୁମ୍ କବାଟକୁ ଜୋରରେ ପିଟିଥାଏ । ରୋମିୟୋର ଏପରି ବ୍ୟବହାର ସୁଧାରିବା ଓ ଶାନ୍ତ କରିବାକୁ ସେ ବାଧ୍ୟହୋଇ ଚାକିରି ଛାଡ଼ିଦେଲେ ।

ଏବେ ଆଶା ଅଧିକାଂଶ ସମୟ ରୋମିୟୋ ସାଙ୍ଗରେ ବିତାଉଛନ୍ତି । ଯେଉଁଠାକୁ ଗଲେ ସେ ତାକୁ ସାଙ୍ଗରେ ନେଇ ଯାଉଛନ୍ତି । ତାଙ୍କ ଚାକିରିଠାରୁ ତାଙ୍କୁ ରୋମିୟୋ ଅଧିକ ପସନ୍ଦ ଥିଲା । ଏହା ପୂର୍ବରୁ ଆଶା ଅନେକ ଜାତୀୟସ୍ତରୀୟ କମ୍ପାନୀରେ ମଧ୍ୟ କାମ କରିଥିଲେ । ସେ ପୂର୍ବରୁ ନିଜର ଏକ କମ୍ପାନୀ କରିଥିଲେ, ଯେଉଁଥିରେ ପାଳିତ ପ୍ରାଣୀଙ୍କ ସମସ୍ୟା ବାବଦରେ କାମ ହେଉଥିଲା ।

Comments are closed.