Latest Odisha News

BREAKING NEWS

ଭାଉଜ ସହ ଅବୈଧ ସମ୍ପର୍କ ଅଭିଯୋଗ: ଅଗ୍ନି ପରୀକ୍ଷା ଦେଲେ ଦିଅର

ନିଜର ସତୀତ୍ୱକୁ ପ୍ରମାଣ ଦେବାକୁ ଯାଇ ମାତା ସୀତା ଅଗ୍ନିପରୀକ୍ଷା ଦେଇଥିଲେ, ଯାହା ଆଜି ବି ସ୍ମରଣୀୟ । କିନ୍ତୁ ଆଜିର ଯୁଗରେ ଏପରି ଘଟଣା ଘଟିବା ନିହାତି ଆଶ୍ଚର୍ଯ୍ୟଜନକ । ଏଥର କୌଣସି ମହିଳା ନୁହଁନ୍ତି, ବରଂ ଜଣେ ଯୁବକଙ୍କୁ ତାଙ୍କ ଚରିିତ୍ରର ପ୍ରମାଣ ଦେବାକୁ ଯାଇ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଛି । ଘଟଣାଟି ଘଟିଛି ତେଲେଙ୍ଗାନାରେ ।

ତେଲେଙ୍ଗାନା କରିମନଗର ଜିଲା ବଞ୍ଜାରୁପାଲି ଗ୍ରାମର ଗଙ୍ଗାଧର ନାମକ ଜଣେ ଯୁବକଙ୍କର ତାଙ୍କ ଭାଉଜଙ୍କ ସହ ଅବୈଧ ସମ୍ପର୍କ ଥିବା ନେଇ ଗ୍ରାମବାସୀ ଅଭିଯୋଗ ଆଣିଥିଲେ । ଏନେଇ ଗାଁ ବୈଠକରେ ଅଭିଯୋଗ ଆସିଥିବା ବେଳେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ଯୁକ୍ତି ରଖିଥିଲେ ଗଙ୍ଗାଧର । କିନ୍ତୁ ତାଙ୍କ କଥାକୁ କେହି ଗ୍ରହଣ କରି ନ ଥିଲେ । ଶେଷରେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ହେଲେ ଗଙ୍ଗାଧରଙ୍କୁ ଅଗ୍ନିପରୀକ୍ଷା ଦେବାକୁ ପଡ଼ିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତିକୁ ଗଙ୍ଗାଧର ନିଜେ ମଧ୍ୟ ସମର୍ଥନ କରିଥିଲେ । ନିଆଁରେ ରଖାଯାଇଥିବା ତତଲା ଲୁହା ରଡକୁ ହାତରେ ଉଠାଇବା ପାଇଁ କୁହାଯାଇଥିଲା । ସେଥିଲାଗି ଏକ ପଡ଼ିଆରେ କିଛି କୋଇଲାକୁ ନିଆଁ ଲଗାଯାଇ ଗୋଟେ ଲୁହାରଡ଼କୁ ଗରମ କରାଯାଇଥିଲା । ପରେ ଗଙ୍ଗାଧର ଦୁଇ ହାତ ଯୋଡ଼ି ନିଆଁର ଚାରିପଟେ କିଛି ଘେରା ମାରିଥିଲେ । ଏହାସହିତ ନିଆଁରେ ଥିବା ତତଲା ଲୁହାକୁ ଦୁଇ ହାତରେ କାଢି ବାହାର କରିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।

Comments are closed.