Latest Odisha News

ଫିଲ୍ମ ‘ରାମ’ର ଅରିଜିନାଲ ଭିଡିଓକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପକାଇ ଗିରଫ ହେଲେ ଯୁବକ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ‘ରାମ’ର ଅରିଜିନାଲ ଭିଡିଓକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରିବା ମହଙ୍ଗା ପଡ଼ିଛି । ଏହି ଘଟଣାରେ ପୋଲିସ ଗଂଜାମ ଜିଲ୍ଲାର ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଶିବରାମ ନାହାକ ।

ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା କରାପଲ୍ଲୀ ଗ୍ରାମର ପାଣି ପାଇପ ମିସ୍ତ୍ରୀ ଶିବରାମ ନାହାକ ଓଡ଼ିଆ ଫିଲ୍ମ ରାମର ଅରିଜିନାଲ ଭିଡ଼ିଓକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଅପଲୋଡ କରିଥିଲେ । ତେବେ ବେଆଇନ ଭାବେ ଅରିଜିନାଲ ଫିଲ୍ମ ଭିଡିଓ ଅପଲୋଡ଼ କରାଇବା ନେଇ ଅଭିନେତା ତଥା ପ୍ରଯୋଜକ ଅରିନ୍ଦମ ରୟ ସାଇବର ଥାନାରେ ଅଭିଯୋଗ କରିଥିଲେ । ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କର ଅରିଜିନାଲ ଚ୍ୟାନେଲ ‘ରତ୍ନା ଫିଲ୍ମସ’ରୁ ଭିଡିଓ ଚୋରି କରି ଶିବରାମ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରିଛନ୍ତି । ଏ ନେଇ ସାଇବର ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିବରାମଙ୍କୁ ଗିରଫ କରିଛି । ଗିରଫ ପରେ ସାଇବର ଅପରାଧ ଶାଖା ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରୁଛି ।

Comments are closed.