Latest Odisha News

ବେଆଇନ କୋଇଲା ଖାତରେ ପଡ଼ି ଯୁବକ ମୃତ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ଗ୍ରାମରେ ଏକ ବେଆଇନ କୋଇଲା ଖାତରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗ୍ରାମର ଲବଣି ଭୁତିଆ ।

ସୂଚନା ଅନୁସାରେ ବାହାଳସାହିର ସୁଶାନ୍ତ ନିଜ ଜାଗାରେ ବେଆଇନ ଭାବେ ଏକ କୋଇଲା ଖଣି କରି ବାହାରକୁ କୋଇଲା ଚାଲାଣ କରୁଥିଲେ । ଯେଉଁଥିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଲବଣି । ଲବଣି ଆଜି ଭୋର ୫ଟା ସମୟରେ ଖାତ ଭିତରେ କାମ ସାରି ସାଇକେଲରେ କିଛି କୋଇଲା ଆଣୁଥିବା ସମୟରେ ୫୦ ଫୁଟ ଗଭୀର ଖାତ ଭିତରକୁ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ମୃତକଙ୍କ ପରିବାର ଓ ବେଆଇନ କୋଇଲା ଖାତ ମାଲିକଙ୍କ ମଧ୍ୟରେ ବୁଝାମଣା ପରେ ମୃତଦେହକୁ ପୋଡି ଦିଆଯାଇଛି । ଘଟଣାରେ କୌଣସି ଅଭିଯୋଗ ହୋଇ ନଥିବାରୁ ଛେଣ୍ଡିପଦା ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ ।

Comments are closed.