Latest Odisha News

BREAKING NEWS

ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା

ଯାଜପୁର: ଯାଜପୁର ଜିଲ୍ଲାରେ ସକାଳୁ ଏକ ଦୁର୍ଘଟଣା ହୋଇଛି । କୁଆଖିଆ ଥାନା ଜାତୀୟ ରାଜପଥ-୨୦ର ବଡ଼ ଗୋବିନ୍ଦପୁର ନିକଟରେ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସ୍କୁଟି ଆରୋହୀଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ । ମୃତକ ଜଣକ ହେଲେ ଅରୁଣ କୁମାର ବିଶ୍ୱାଳ ।

ସୂଚନା ଅନୁସାରେ, ସକାଳୁ ଘରୁ ଟାଙ୍ଗୀସ୍ଥିତ ପଶୁପତି(ଗୋଖାଦ୍ୟ)ରେ କାମ କରିବାକୁ ସ୍କୁଟି ଯୋଗେ ଯାଉଥିଲେ । ଘଟଣାସ୍ଥଳରୁ ଆହତ ଅବସ୍ଥାରେ କୁଆଖିଆ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏନେଇ କୁଆଖିଆ ଥାନାରେ ଏଯାଏଁ ଅଭିଯୋଗ ହୋଇନି । ମୃତ୍ୟୁ ଖବର ଶୁଣିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.