Latest Odisha News

BREAKING NEWS

ଲୋକଙ୍କ ଆଗରେ ମହିଳା ପୋଲିସଙ୍କୁ କିସ୍ କଲେ ଯୁବକ, ଭିଡିଓ ଭାଇରାଲ

ଲୋକଙ୍କ ଆଗରେ ମହିଳା ପୋଲିସ ଅଧିକାରୀଙ୍କୁ କିସ୍ କଲେ ଯୁବକ । ଏହା ଶୁଣିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ହେଲେ ଘଟଣାଟି ସତ । ଏବେ ସେମିତି ଏକ ଭିିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କୌଣସି ଏକ ସ୍ଥାନରେ କିଛି ଲୋକ ଠିଆ ହୋଇଛନ୍ତି । ସେଠାରେ କେତେଜଣ ପୋଲିସ ବି ନଜର ଆସିଛନ୍ତି । ଜଣେ ଯୁବକ ମହିଳା ପୋଲିସ ଅଧିକାରୀଙ୍କ ନିକଟରେ ଛିଡ଼ା ହୋଇଛନ୍ତି । ଏହା ପରେ ଯୁବକ ଜଣକ ମହିଳା ପୋଲିସ କର୍ମଚାରୀଙ୍କୁ ଆଲିଙ୍ଗନ କରିଥିଲେ । ଏହା ପରେ ସେ ମହିଳା ପୋଲିସଙ୍କ ଗାଲରେ କିସ୍ କରୁଛନ୍ତି । ମହିଳା ପୋଲିସଙ୍କୁ ଏହା ବହୁତ ଆଶ୍ଚର୍ଯ୍ୟ ଲାଗେ । ସେଠାରେ ଠିଆ ହୋଇଥିବା ଲୋକମାନେ ମଧ୍ୟ ଯୁବକଙ୍କର ଏହି କାର୍ଯ୍ୟକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡ଼ିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଯୁବକଙ୍କ ଏପରି ହରକତକୁ ନାପସନ୍ଦ କରିଛନ୍ତି । ମହିଳା ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରିବା ଉଚିତ୍ ବୋଲି ଆଉ କିଛି ମତ ଦେଇଛନ୍ତି ।

Leave A Reply

Your email address will not be published.