Latest Odisha News

BREAKING NEWS

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

କଳାହାଣ୍ଡି: ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ଏହିପରି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ତ୍ରୀପତି ଜାନୀ।

ସୂଚନା ଅନୁସାରେ, କଲମପୁର ବ୍ଲକ ଅନ୍ତର୍ଗତ କସାବାହୀ ଗାଁର ତ୍ରୀପତି ଜାନୀ ନିଜ ଚାଷ ଜମିକୁ ଯାଇଥିଲେ। ଏହି ସମୟରେ ବର୍ଷା ଆରମ୍ଭ ହୋଇଯାଇଥିଲା। ବିଜୁଳି,ଘଡଘଡ଼ି ହେବାରୁ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଏକ ଗଛମୂଳେ ଆଶ୍ରୟ ନେଇଥିଲେ। ହଠାତ୍ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା।

ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେହି ସମୟ ମଧ୍ୟରେ ତ୍ରୀପତିଙ୍କ ମୃତ୍ୟୁ ହୋଇସାରିଥିଲା ବୋଲି ଡ଼ାକ୍ତର କହିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦିଆଯାଇଛି। ତ୍ରୀପତିଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଛନ୍ତି ପରିବାର ଲୋକେ।

Leave A Reply

Your email address will not be published.