Latest Odisha News

BREAKING NEWS

ଯୁବକଙ୍କ ସାପ ଧରିବା ନିଶା; ୯ ଥର କାମୁଡିବା ପରେ ବି ହାର ମାନି ନାହାଁନ୍ତି

ଫତେହାବାଦ: ଯଦି ଘରେ ସାପ ପଶିଯାଏ, ସେତେବେଳେ ଖୋଜା ପଡ଼ନ୍ତି ସାପ ଧରାଳୀ । ଏହି ସାପ ଧରାଳୀମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଘରୁ ସାପ ଉଦ୍ଧାର କରିଥାନ୍ତି । ସେହିପରି ଫତେହାବାଦର ଜଣେ ଯୁବକଙ୍କୁ ସାପ ଧରିବା ନିଶା ଏମିତି ଘାରିଛି ଯେ, ୯ ଥର ସାପ କାମୁଡ଼ିବା ପରେ ବି ସେ ହାର ମାନି ନାହାନ୍ତି । ଲୋକଙ୍କୁ ସାହାଯ୍ୟ କରିବାର ଆଗ୍ରହ ତାଙ୍କୁ ବାରମ୍ବାର ମୃତ୍ୟୁମୁଖକୁ ଯିବାକୁ ପଡ଼ୁଛି ।

ଫତେହାବାଦରେ ରୁହନ୍ତି ପୱନ କୁମାର ଜଗ୍‌ପାଲ । ତାଙ୍କୁ ସାପ ଧରିବାକୁ ଭଲ ଲାଗେ । ସେଥିଲାଗି ସେ ସାପ ଧରିବା ପାଇଁ ସ୍ୱତନ୍ତ୍ର ତାଲିମ ମଧ୍ୟ ନେଇଛନ୍ତି । ନିଜ ଅଞ୍ଚଳ ଓ ଆଖପାଖ ଅଞ୍ଚଳରେ କେଉଁଠି ସାପ ବାହାରିଲେ ଲୋକେ ପ୍ରଥମେ ଖୋଜନ୍ତି ପୱନଙ୍କୁ । ଲୋକଙ୍କଠୁ ଖବର ପାଉ ପାଉ ଘଟଣାସ୍ଥଳରେ ପହଞ୍ôଚ ଯାଆନ୍ତି ସେ । ସବୁଠୁ ବଡ଼ କଥା, ସେ ସାପ ଧରିବା ପାଇଁ କୌଣସି ଟଙ୍କା ନେଇ ନ ଥାନ୍ତି । ତାଙ୍କ କହିବା କଥା, ସବୁ ସାପ ବିଷାକ୍ତ ନୁହଁନ୍ତି । କେତେକ ସାପ ସହଜରେ ଧରା ଦେଉଥିବା ବେଳେ ଆଉ କେତେକଙ୍କୁ ଧରିବା ପାଇଁ ସଂଘର୍ଷ କରିବାକୁ ପଡ଼େ । ପୱନ କୋବ୍ରା ପରି ଅନେକ ବିଷାକ୍ତ ସାପକୁ ମଧ୍ୟ ଉଦ୍ଧାର କରିଛନ୍ତି ।

ପୱନ କହିଛନ୍ତି ଯେ, ସାପକୁ ଧରିବାରେ ମୁଁ କୌଣସି ଭୟ କରେ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ମୋତେ ବିଭିନ୍ନ ପ୍ରଜାତିର ସାପ ୯ ଥର କାମୁଡିଛି । ହେଲେ ମୋତେ କିଛି ଫରକ ପଡ଼ିନାହିଁ । ଏବେ ସାପ ଧରିବା ମୋର ନିଶା ପାଲଟି ଯାଇଛି । ଅଧିକାଂଶ ସାପ ଲୋକଙ୍କ ସାମ୍ନାକୁ ଆସି ନ ଥାନ୍ତି । ସାପମାନେ ନିଜର ଜୀବନ ରକ୍ଷା କରିବାର ଭୟ ହେତୁ ଆକ୍ରମଣ କରିଥାନ୍ତି । ଆଗରୁ ମୁଁ ଏକା ସାପ ଧରୁଥିଲି । କିନ୍ତୁ ଏବେ ମୋର ଏକ ଟିମ୍ ଅଛି । ବନ୍ୟା ସମୟରେ ତାଙ୍କ ଟିମ୍ ବେଶୀ ସାପ ଉଦ୍ଧାର କରିଛନ୍ତି । ବନ୍ୟା ଯୋଗୁ ମାତ୍ର ଚାରି ଦିନ ମଧ୍ୟରେ ୧୫୨ ଟି ସାପକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ସାପମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ ହେଉଛି ବାଲୁକା ପ୍ରଜାତିର ସାପ । ଏହି ପ୍ରଜାତିର ସାପମାନେ ଅଧିକ ସମୟ ପାଣିରେ ରହିପାରିବେ ନାହିଁ । ବନ୍ୟା ଯୋଗୁ ଏହି ସାପମାନେ ଗଛ ଉପରେ ଆଶ୍ରୟ ନେଇଥାନ୍ତି ।

Comments are closed.