ଇଟାଲି:ନିଜ ସଉକକୁ ନେଇ କିଛି ନୂଆ କରିବାର ଅଜବ ନିଶା ଅନେକଙ୍କ ପାଖରେ ଥାଏ । କିନ୍ତୁ ନିଜ ଶରୀରକୁ କଷ୍ଟ ଦେଇ ଏମିତି ଚିତ୍ର ଓ ଚରିତ୍ରକୁ ଯୋଡ଼ିବାରେ ଆଗ୍ରହୀ ହେଉଥିବା ଅଜବ ଲୋକଙ୍କ ଅଜବ ସଉକ ବିଷୟରେ ଆପଣ କ୍ୱଚିତ୍ ଜାଣିଥିବେ । ଇଟାଲିର ଏମିତି ଜଣେ ଯୁବକ ଯିଏ ପ୍ଲାଷ୍ଟିକ୍ ସର୍ଜରୀ କରି ନିଜ ଚେହେରାକୁ ଡ଼ଲ ପରି ସଜାଇ ଦେଇଛନ୍ତି ।
ମାରସିଓ କାୟୋ ଗାଲ୍ଡ଼ି । ୧୯୮୮ ମସିହା ଅଗଷ୍ଟ ୧୨ ତାରିଖରେ ଇଟାଲିର ପାଲିଜିରେ ଜନ୍ମ ଗ୍ରହଣ କରିଥିଲେ ମାରସିଓ । ପିଲାଦିନୁ ନିଜକୁ ଫେମସ କରିବା ସହିତ ଜଣେ ଅଭିନେତା ହେବାକୁ ଲକ୍ଷ୍ୟ ରଖିଥିଲେ । ତାଙ୍କୁ ଯେତେବେଳେ ୧୭ବର୍ଷ ବୟସ ସେ ଅଭିନେତା ହେବା ପାଇଁ ଏକ ଅଡ଼ିସନ ମଧ୍ୟ ଦେଇଥିଲେ । କିନ୍ତୁ ତାଙ୍କ ଚେହେରା ଖାସ୍ ନ ଥିବାରୁ ତାଙ୍କୁ ଅଡ଼ିସନରେ ରିଜେକ୍ଟ ହେବାକୁ ପଡ଼ିଥିଲା । ଏହି ଘଟଣା ପରେ ସେ ଖୁବ୍ ଭାଙ୍ଗି ପଡ଼ିଥିଲେ ।
କିଛି ଦିନ ପରେ ନିଜ ଚେହେରାକୁ ଏକ ଡ଼ଲ ପରି ପ୍ଲାଷ୍ଟିକ୍ ସର୍ଜରୀ କରିଦେଲେ । ଏବେ ସାରା ବିଶ୍ୱରେ ସେ ‘ହ୍ୟୁମାନ ଡ଼ଲ’ ଭାବେ ବେଶ୍ ପରିଚିତ । ଏଥିସହିତ ସେ ଜଣେ ଭଲ ଅଭିନେତା ଓ ଜଣେ ଶିଳ୍ପୋଦ୍ୟୋଗୀ । ଉଭୟ ଜାତୀୟ ତଥା ଆନ୍ତର୍ଜାତୀୟ ଟେଲିଭିଜନ ଶୋ ପାଇଁ ଚୁକ୍ତିନାମା ସ୍ୱାକ୍ଷର କରିଥିବା ମାରସିଓ ହେଉଛନ୍ତି ପ୍ରଥମ ହ୍ୟୁମାନ ଡ଼ଲ ।
Comments are closed.