Latest Odisha News

BREAKING NEWS

ନିଖୋଜ ଭଉଣୀକୁ ବୃଦ୍ଧାବସ୍ଥାରେ ଉଦ୍ଧାର କଲା ଭାଇ, ପ୍ରେମିକା ହିଁ ଥିଲା ପ୍ରକୃତ ଭଉଣୀ

ଆଜିକାଲି ଦୁନିଆରେ ଅଜବ ଘଟଣା ସବୁ ଦେଖିବାକୁ ବା ଶୁଣିବାକୁ ମିଳୁଛି । ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତି ଛୋଟ ଥିବା ବେଳେ ତାଙ୍କର ସାନ ଭଉଣୀ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ସେବେଠାରୁ ବ୍ୟକ୍ତି ଜଣକ ନିଜ ଭଉଣୀକୁ ଖୋଜୁଥିଲେ । ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଏଥିରେ କ’ଣ ଅଜବ ଅଛି? ଜଣେ ଭାଇ ହଜିଯାଇଥିବା ଭଉଣୀକୁ ଖୋଜୁଛି, ଏହା ଏକ ଭଲ କଥା । କିନ୍ତୁ ସେ ଯାହାକୁ ଭଲ ପାଉଥିଲେ ସେ ହିଁ ଥିଲେ ତାଙ୍କର ସାନ ଭଉଣୀ ବୋଲି ଶେଷରେ ସେ ଜାଣିବାକୁ ପାଇଲେ ।

ରୋନ ନାମକ ଜଣେ ବ୍ୟକ୍ତିଙ୍କର ଏକ ସାନ ଭଉଣୀଟିଏ ଥିଲା । ଛୋଟ ବେଳେ ତାଙ୍କ ସାନ ଭଉଣୀ କେଉଁଆଡ଼େ ହଠାତ୍ ଚାଲିଗଲେ । ଘର ଲୋକେ ବହୁ ଖୋଜା ଖୋଜି କରିଲେ, ହେଲେ କୌଣସି ପତ୍ତା ପାଇଲେ ନାହିଁ । ପରେ ଥାନାର ଦ୍ୱାରସ୍ଥ ହେଲେ, ତଥାପି କିଛି ସୁରାକ୍ ମିଳିଲା ନାହିଁ । ହେଲେ ରୋନ୍ ନିଜ ଭଉଣୀକୁ ଖୋଜିବା ବନ୍ଦ କରି ନ ଥିଲେ । ଦିନେ ସେ ତାଙ୍କ ସାନ ଭଉଣୀର ଖବର ପାଇଲେ । ହେଲେ ରୋନ୍ ସୂଚନା ପାଇବା ବେଳକୁ ତାଙ୍କର ବୃଦ୍ଧାବସ୍ଥା ଆସିଯାଇଥିଲା । ୬୪ ବର୍ଷ ବୟସରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଭଉଣୀ କେଉଁଠାରେ ଅଛନ୍ତି । ସେ ତାଙ୍କ ଭଉଣୀ ସହିତ ଯୋଗାଯୋଗ କରିବା ମାତ୍ରେ ଆଉ ଯାହା ଜାଣିଲେ ଶୁଣି ଚକିତ ହୋଇଗଲେ । କାରଣ ସେ ଯାହାକୁ ଭଲ ପାଉଥିଲେ ସେ ହିଁ ଥିଲେ ତାଙ୍କର ପ୍ରକୃତ ସାନ ଭଉଣୀ । ଏତେ ବର୍ଷ ପରେ ଭଉଣୀକୁ ପାଖକୁ ଆଣିଲେ ।

ତାଙ୍କ ମନରେ ଭଉଣୀ ତଥା ପ୍ରେମିକା ପ୍ରତି ଥିବା ଫିଲି୍‌ଂସକୁ ଦୂର କରିବାକୁ ଡ଼ାକ୍ତରଙ୍କ ପରାମର୍ଶ ନେଲେ । ସେ ଏକ ଅନୁଷ୍ଠାନର ସାହାଯ୍ୟ ନେଲେ । ଆଡପ୍ସନ୍‌ରେ ଟ୍ରୁଥ୍ ସେକର୍ସ ନାମକ ଏହି ସଂସ୍ଥା ଏହିପରି ଲୋକଙ୍କୁ ସାହାଯ୍ୟ କରେ ଏବଂ ସେମାନଙ୍କୁ ଥେରାପି ଦେଇଥାଏ । ଏହି ଥେରାପି ମାଧ୍ୟମରେ ରୋନ୍ ମଧ୍ୟ ତାଙ୍କ ଭଉଣୀ ପ୍ରତି ଥିବା ଭାବନାକୁ ଦୂର କରିଛନ୍ତି । ବର୍ତ୍ତମାନ ତାଙ୍କ ଭଉଣୀ ସହିତ ଖୁସିରେ ଜୀବନ ବିତାଉଛନ୍ତି ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ଅନୁଭବ ଏକ ପ୍ରକାର ବ୍ୟାଧି, ଯାହା ଅନେକ ଲୋକଙ୍କଠାରେ ଦେଖାଯାଉଛି । ଏହାକୁ ଜେନେଟିକ୍ ଯୌନ ଆକର୍ଷଣ କୁହାଯାଏ । ଆଜିର ସମୟରେ ଏହା ବହୁତମାତ୍ରାରେ ଦେଖିବାକୁ ମିଳୁଛି । ଶୁକ୍ରାଣୁ ଦାନ କରୁଥିବା ପରିବାରରେ ଏହା ଅଧିକ ଦେଖାଯାଏ ।

Leave A Reply

Your email address will not be published.