Latest Odisha News

BREAKING NEWS

ଭବାନୀପାଟଣାରେ ଫୁଟିଲା ଗୁଳି, ଜଣେ ଗିରଫ

ଭବାନୀପାଟଣା: ଭବାନୀପାଟଣା ସହରର ମୁଖ୍ୟ ରାସ୍ତାରେ ଫୁଟିଲା ଗୁଳି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବାହାଦୁର ବଗିଚାପଡ଼ା ନିକଟରେ ବିଳମ୍ବିତ ରାତିରେ ଗୁଳି ଫୁଟିଛି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାହାଦୁର ବଗିଚା ପଡ଼ା ଜାତୀୟ ରାଜପଥ ୨୬ ଅଫିସ ନିକଟରେ ଏହି କାଣ୍ଡ ଘଟିଛି।

ଯଶ ନାଏକ ନାମକ ଜଣେ ଯୁବକ କାମ କରୁଥିବା ସ୍ଥାନକୁ ଆସି ପ୍ରଦୀପଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗୁଳି ଫୁଟାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ କିଛି ସ୍ଥାନୀୟ ଯୁବକ ଓ ସମ୍ପର୍କୀୟ ଘଟଣାସ୍ଥଳକୁ ଆସି ତାଙ୍କୁ ରକ୍ଷା କରିଥିଲେ। ପରେ ଖବର ପାଇ ଭବାନୀପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯଶ ନାଏକକୁ ଗିରଫ କରିଥିଲା। ତେବେ ଅଧିକ ତଦନ୍ତ ଚାଲିଥିବା ନେଇ କଳାହାଣ୍ଡି ଏସପି ପ୍ରକାଶ କରିଥିବା ବେଳେ ଏହି ଗୁଳିକାଣ୍ଡ ଠିକା କାମ ପାଇଁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ବ୍ୟବହୃତ ହୋଇଥିବା ଦୁଇଟି ବନ୍ଧୁକ ଓ ଜୀବନ୍ତ ଗୁଳି ମଧ୍ୟ ଜବତ ହୋଇଥିବା ଜଣାପଡିଛି।

 

Comments are closed.