Latest Odisha News

ଦୁଇ ନାବାଳିକାକୁ ଅସଦାଚରଣ ଅଭିଯୋଗ, ଯୁବକ ଗିରଫ

ଯାଜପୁର: ଦୁଇ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର କାଳିଆପାଣି ଥାନା ଅନ୍ତର୍ଗତ ସୁକୁରାନିଗ ଗ୍ରାମରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଏହି ଦୁଇ ନାବାଳିକା ନିଜ ଘର ନିକଟରେ ଖେଳୁଥିବା ବେଳେ ସେହି ଗ୍ରାମର ରତ୍ନାକର ଦେହୁରୀ ନାମକ ଜଣେ ଯୁବକ ସେମାନଙ୍କ ନିକଟକୁ ଆସିଥିଲେ।

କୌଣସି ବାହାନାରେ ନାବାଳିକାମାନଙ୍କୁ ପ୍ରଲୋଭନ ଦେଖାଇ ଗାଁ ବାହାରେ ଥିବା ଏକ ପୋଖରୀକୁ ନେଇ ଯାଇଥିଲେ। ସେହି ସମୟରେ ନିଛାଟିଆ ସ୍ଥାନର ସୁଯୋଗ ନେଇ ସେ ଯୁବତୀମାନଙ୍କୁ ଆକ୍ରମଣ କରିଥିଲା।

କିଛି ସମୟ ପରେ ଗାଁର କିଛି ଲୋକ ପୋଖରୀ ନିକଟରେ ଝିଅମାନଙ୍କୁ କାନ୍ଦୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ପରିବାର ଲୋକେ ନାବାଳିକାଙ୍କୁ ଘରକୁ ନେଇଯାଇଥିଲେ। ଝିଅମାନେ ଘଟଣା ସମ୍ପର୍କରେ ବାପାମାଆଙ୍କୁ କହିବାରୁ ସେମାନେ କାଳିଆପାଣି ଥାନାରେ ଏତଲା ଦେଇଥିଲେ।

ପୁଲିସ ଗାଁକୁ ଯାଇ ରତ୍ନାକରଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଏହା ସହ ଦୁଇ ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ସ୍ଥାନୀୟ ମେଡିକାଲକୁ ପଠାଇଛନ୍ତି। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ପରେ ରବିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

Comments are closed.