Latest Odisha News

BREAKING NEWS

କରୋନା ରିପୋର୍ଟ ପଜିଟିଭ୍ ଆସିବାରୁ ଡାକ୍ତର ଓ କର୍ମଚାରୀଙ୍କୁ ପିଟିଲେ ଯୁବକ

ନୂଆଦିଲ୍ଲୀ: ଯୁବକଙ୍କ ଉନ୍ମତ୍ତକାଣ୍ଡ । କୋଭିଡ୍ ଟେଷ୍ଟ ରିପୋର୍ଟକୁ ନେଇ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ଉପରେ ରାଗିଗଲେ । ସେମାନଙ୍କ ଉପରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଦିଲ୍ଲୀରୁ ଏମିତି ଏକ ଘଟଣା ସାମନାକୁ ଆସିଛି ।

ପୂର୍ବ ଦିଲ୍ଲୀର ଜଗତପୁରୀ ଅଞ୍ଚଳରେ ଜଣେ ଯୁବକ ଡିସପେନସାରୀରେ କରୋନା ଟେଷ୍ଟ କରାଇଥିଲେ । ତାଙ୍କର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ଆସିଥିଲା ପଜିଟିଭ୍ । ପରଦିନ ସରକାରୀ ହସ୍ପିଟାଲରେ ନମୁନା ପରୀକ୍ଷା କରାଇଥିଲେ । ତାର ରିପୋର୍ଟ ନେଗେଟିଭ୍ ଆସିଥିଲା ।

ଡିସପେନସାରୀରେ କାର୍ଯ୍ୟରତ ଡାକ୍ତର ଭୁଲ ରିପୋର୍ଟ ବାହାର କରିଥିବା କହି ଯୁବକ ସେଠାକାର ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକ ଡାକ୍ତର ଓ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ ।

ଏନେଇ ଦିଲ୍ଲୀ ଜଗତପୁରୀ ଥାନାରେ ମାମଲା ରୁଜୁ ହୋଇଛି । ସିସିଟିଭି ଫୁଟେଜକୁ ଜବତ କରି ତଦନ୍ତ କରୁଛି ପୋଲିସ । ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି ।

Leave A Reply

Your email address will not be published.