ବ୍ରହ୍ମପୁର:ଗଞ୍ଜାମ ଜିଲା ବଡ଼ଗଡ଼଼ ଥାନା ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଯୁବକଙ୍କୁ ହ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ପୋଡ଼ି ଦେଇଥିଲେ। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଓ ପାଉଁଶ ଜବତ କରିଛି। ଏହି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୋରଡ଼ାର ସନ୍ତୋଷ ବେହେରା(୩୦) ଗତ କିଛି ଦିନ ପୂର୍ବେ କନ୍ଧମାଳ ଜିଲା କଟିଙ୍ଗା ଗ୍ରାମର ନିଜ ମାମୁଁଙ୍କ ଘରକୁ ଯାଇଥିଲେ। ଗତ ୨୮ ତାରିଖରେ ମାମୁଁଙ୍କ ସହ ଘର ସମ୍ମୁଖରେ ବସିଥିବା ବେଳେ ସାନସାଲିମାଗୋଚ୍ଛାର ସମୀର ପଦର ନାମକ ଜଣେ ଯୁବକ ତାଙ୍କୁ ଡାକି ନେଇଥିଲେ। ତା’ ପରେ ସେ ଆଉ ଘରକୁ ଫେରି ନଥିଲେ। ପରଦିନ ସନ୍ତୋଷ ଓ ସମୀର ଅନ୍ୟ କେତେକ ସାଙ୍ଗ ଯଥା ପ୍ରକାଶ ଗୌଡ଼, ହରି ନାୟକ ପ୍ରମୁଖ ବଡ଼ଗଡ଼଼ ଥଶନା ଅଧିନ ସାନଗୋଚ୍ଛା ଗ୍ରାମ ନିକଟ ମୁକିଡାନ୍ ଘାଟିକୁ ଯାଇଥିଲେ। ସେଠାରେ ଗୋଟିଏ କୁଡ଼ିଆରେ ସମସ୍ତେ ସଲପ ପିଇଥିଲେ।
ତେବେ ନିଶା ବଢ଼଼ିବା ପରେ କୌଣସି ଏକ କାରଣକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼଼ା ହୋଇଥିଲା। ହରି ଓ ସମୀର ମିଶି ସନ୍ତୋଷଙ୍କୁ କାଠ ଫାଳିଆରେ ପିଟିଥିଲେ। ଘଟଣାସ୍ଥଳରେ ହିଁ ସନ୍ତୋଷଙ୍କ ମୃତ୍ୟୁ ହୋଇଥିଲା। ପ୍ରମାଣ ନଷ୍ଟ ପାଇଁ ତାଙ୍କ ଶବକୁ ପୋଡ଼ି ଦେଇଥିଲେ। ଏନେଇ ସନ୍ତୋଷଙ୍କ ବାପା ପ୍ରଦ୍ୟୁମ୍ନ ବୁଧବାର ବଡ଼ଗଡ଼଼ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳକୁ ଯାଇ କଙ୍କାଳ ଓ ହାଡ଼ ପାଉଁଶ ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ଉ ଚାଲିଥିବା ଆଇଆଇସି ସୁରଜ କୁମାର ଝଙ୍କାର କହିଛନ୍ତି।
BREAKING NEWS
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
Comments are closed.