ବ୍ରହ୍ମପୁର:ଗଞ୍ଜାମ ଜିଲା ବଡ଼ଗଡ଼଼ ଥାନା ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଯୁବକଙ୍କୁ ହ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ପୋଡ଼ି ଦେଇଥିଲେ। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଓ ପାଉଁଶ ଜବତ କରିଛି। ଏହି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୋରଡ଼ାର ସନ୍ତୋଷ ବେହେରା(୩୦) ଗତ କିଛି ଦିନ ପୂର୍ବେ କନ୍ଧମାଳ ଜିଲା କଟିଙ୍ଗା ଗ୍ରାମର ନିଜ ମାମୁଁଙ୍କ ଘରକୁ ଯାଇଥିଲେ। ଗତ ୨୮ ତାରିଖରେ ମାମୁଁଙ୍କ ସହ ଘର ସମ୍ମୁଖରେ ବସିଥିବା ବେଳେ ସାନସାଲିମାଗୋଚ୍ଛାର ସମୀର ପଦର ନାମକ ଜଣେ ଯୁବକ ତାଙ୍କୁ ଡାକି ନେଇଥିଲେ। ତା’ ପରେ ସେ ଆଉ ଘରକୁ ଫେରି ନଥିଲେ। ପରଦିନ ସନ୍ତୋଷ ଓ ସମୀର ଅନ୍ୟ କେତେକ ସାଙ୍ଗ ଯଥା ପ୍ରକାଶ ଗୌଡ଼, ହରି ନାୟକ ପ୍ରମୁଖ ବଡ଼ଗଡ଼଼ ଥଶନା ଅଧିନ ସାନଗୋଚ୍ଛା ଗ୍ରାମ ନିକଟ ମୁକିଡାନ୍ ଘାଟିକୁ ଯାଇଥିଲେ। ସେଠାରେ ଗୋଟିଏ କୁଡ଼ିଆରେ ସମସ୍ତେ ସଲପ ପିଇଥିଲେ।
ତେବେ ନିଶା ବଢ଼଼ିବା ପରେ କୌଣସି ଏକ କାରଣକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼଼ା ହୋଇଥିଲା। ହରି ଓ ସମୀର ମିଶି ସନ୍ତୋଷଙ୍କୁ କାଠ ଫାଳିଆରେ ପିଟିଥିଲେ। ଘଟଣାସ୍ଥଳରେ ହିଁ ସନ୍ତୋଷଙ୍କ ମୃତ୍ୟୁ ହୋଇଥିଲା। ପ୍ରମାଣ ନଷ୍ଟ ପାଇଁ ତାଙ୍କ ଶବକୁ ପୋଡ଼ି ଦେଇଥିଲେ। ଏନେଇ ସନ୍ତୋଷଙ୍କ ବାପା ପ୍ରଦ୍ୟୁମ୍ନ ବୁଧବାର ବଡ଼ଗଡ଼଼ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳକୁ ଯାଇ କଙ୍କାଳ ଓ ହାଡ଼ ପାଉଁଶ ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ଉ ଚାଲିଥିବା ଆଇଆଇସି ସୁରଜ କୁମାର ଝଙ୍କାର କହିଛନ୍ତି।
BREAKING NEWS
- ମଶାଣିରେ ଅନ୍ଧବିଶ୍ୱାସର ଭୟଙ୍କର ରୂପ; ବ୍ଲେଡ୍ରେ ୧୦ ଝିଅଙ୍କ ହାତପାଦ କାଟିଲା ଗୁଣିଆ
- ଖସିଲା ପାରଦ, ଆସିଲା ଶୀତ: ଆଗକୁ ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ ରାତି ତାପମାତ୍ରା
- ନୂର ଖାନ ଏୟାରବେସରୁ ଇରାନ ଉପରେ ଆକ୍ରମଣ କରିବ କି ଆମେରିକା? ପାକିସ୍ତାନରେ ପହଞ୍ଚିଲା ରୁଷ, ଚୀନ ଓ ୟୁଏଇର ସାମରିକ ବିମାନ
- ଉଚ୍ଚ ଶିକ୍ଷାନୁଷ୍ଠାନରେ ମାଗଣା WiFi, ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ୧ ଜିବି ଇଣ୍ଟରନେଟ୍
- ବଲାଙ୍ଗୀର ଜଳସେଚନ କ୍ଷେତ୍ରରେ ବଡ଼ ବିକାଶ: ୧୦୦ କୋଟି ଟଙ୍କାର ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପ ମଞ୍ଜୁର
- ଓଡ଼ିଶା ସିଭିଲ୍ ସର୍ଭିସ୍ ନିୟମକୁ ନେଇ ବଡ଼ ଖବର, ହଟିଲା ପରୀକ୍ଷା ପ୍ରୟାସ ସମୟ ସୀମା
- ଆପଣ ହମାସ ସମର୍ଥକମାନଙ୍କ ସହ ସରକାର ଗଠନ କରିପାରିବେ ନାହିଁ: ନେତ୍ୟାନ୍ୟାହୁ
- ୫ ଦଫା ଦାବି ନେଇ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ
- ଗ୍ରାମୀଣ ଶିକ୍ଷା କ୍ଷେତ୍ରରେ ନୂତନ ଅଧ୍ୟାୟ: JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ମାଗଣା କୋଚିଂ କାର୍ଯ୍ୟକ୍ରମ ଆରମ୍ଭ
- ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୫ ପର୍ଯ୍ୟଟକ, ୨ ମୃତ
Comments are closed.