ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ରୋଡ ରେଳ ଷ୍ଟେସନ ନିକଟରେ ସୋମବାର ସକାଳେ ଜଣେ ଯୁବକ ମୁହଁ ତଳକୁ କରି ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ।
ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ବ୍ୟକ୍ତି ଜଣକ କ୍ଷତାକ୍ତ ହୋଇଛନ୍ତି ଏବଂ ତାଙ୍କ ମୁହଁ ଚିହ୍ନିବା ସହଜ ନୁହେଁ। ତାଙ୍କ ଡାହାଣ ଗୋଡ଼ର ହାଡ଼ ମଧ୍ୟ ଭାଙ୍ଗି ଯାଇଥିଲା। ଲିଙ୍ଗରାଜ ଷ୍ଟେସନ ଓ କାରଗିଲ ବସ୍ତି ମଝିରେ ଏହି ମୃତଦେହ ମିଳିଥିଲା। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି।
ପରେ ରେଳବାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ବୟସ ପାଖାପାଖି 30 ବର୍ଷ ହେବ ବୋଲି ପୁଲିସ କହିଛି। ଗତକାଲି ରାତିରେ ସେ ଚଳନ୍ତା ଟ୍ରେନରୁ ଖସି ପଡ଼ିଥାଇ ପାରନ୍ତି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।
Comments are closed.