Latest Odisha News

BREAKING NEWS

ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡ଼ିଆ ପୁଅ ନିଖୋଜ

ଭୁବନେଶ୍ୱର: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ତପୋବନ ଅଞ୍ଚଳରେ ରବିବାର ଦିନ ହୋଇଥିବା ହିମସ୍ଖଳନରେ ଓଡିଶାର ଜଣେ ୨୫ ବର୍ଷୀୟ ଯୁବକ ନିଖୋଜ ଥିବା ଜଣାପଡିଛି।

ସେ ଭଦ୍ରକ ଜିଲ୍ଲାର ଧାମରା ଅଞ୍ଚଳର ହୋଇଥିବା ନେଇ ସୁତ୍ରରୁ ପ୍ରକାଶ। ଯୁବକ ଜଣକ ନଭେମ୍ବର ୫ରୁ ଋଷିଗଙ୍ଗା ପାୱାର ପ୍ରକଳ୍ପରେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିଲେ ।

ତେବେ ସୋମବାର ସନ୍ଧ୍ୟା ସୁଦ୍ଧା ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଦ୍ୱାରା ଆରମ୍ଭ ହୋଇଥିବା ରେସ୍କ୍ୟୁ ଅପରେସନରେ ୨୬ଟି ମୃତଦେହ ଉଦ୍ଧାର କରାଯାଇଛି।

ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପ୍ରଥମ ଟନେଲରୁ ୩୨ ଜଣ ଏବଂ ଦ୍ୱିତୀୟରୁ ୧୨୧ ଜଣ ନିଖୋଜ ଅଛନ୍ତି।

Leave A Reply

Your email address will not be published.