Latest Odisha News

ସେଲଫି ହେଲା କାଳ, ନାଗାବଳୀରେ ନିଖୋଜ ଯୁବକ

ରାୟଗଡା: ସେଲଫି ହେଲା କାଳ। ସେଲଫି ନେଉଥିବା ବେଳେ ନାଗାବଳୀ ନଦୀରେ ଖସିପଡିଲେ ଯୁବକ । ରାୟଗଡାର ନାଗାବଳୀ ନଦୀର ଝୁଲାପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ଯୁବକ ଜଣକ ହେଉଛନ୍ତି ବିଲାଲ ଅନସାରି ଓ ସେ ଉତ୍ତରପ୍ରଦେଶ ସାମଳି ଲିଲ୍ଲା ଝିଂଜାନା ଗ୍ରାମର ।

ବିଲାଲ ନିଜ ସାଙ୍ଗ ମାନଙ୍କ ସହିତ ନାଗାବଳୀ ଝୁଲାପୋଲୋ ନିକଟକୁ ବୁଲିବାକୁ ଯାଇଥିଲେ । ଭିତରକୁ ଯାଇ ସେଲଫି ନେବା ବେଳେ ବିଲାଲ କୌଣସି କାରଣରୁ ପାଣି ଭିତରକୁ ଖସି ପଡ଼ିଥିଲେ ଓ ନିଖୋଜ ହୋଇ ଯାଇଥିଲେ । ଏ ନେଇ ତାଙ୍କ ସହଯୋଗୀ ମାନେ ରାୟଗଡା ଥାନାରେ ଏତଲା ଦେବା ପରେ ଆଜି ଅଗ୍ନିଶମ ବାହିନୀ ଖୋଜାଖୋଜି ଚଳାଇଛନ୍ତି । ଅନ୍ୟପଟେ ଏଯାଏଁ ନିଖୋଜ ଯୁବକଙ୍କ ପତ୍ତା ମିଲିପାରିନି ।

ରାୟଗଡ଼ା ଉପକଣ୍ଠରେ ନାଗାବଳୀ ନଦୀର ଝୁଲାପୋଲ ଗତ କିଛି ବର୍ଷ ହେଲାଣି ଡେଥ୍ ପଏଣ୍ଟ୍ ପାଲଟି ଯାଇଛି । ପ୍ରତିବର୍ଷ ଏଠାକୁ ଆସୁଥିବା ପର୍ଯ୍ୟଟକ ଗାଧୋଇବା ବେଳେ ହେଉ କିମ୍ବା ସେଲଫି ନେବାବେଳେ ଅଜଣାରେ ପାଣି ସୂଅରେ ଭାସିଯାଆନ୍ତି । ଗତକାଲି ମଧ୍ୟ ଉତ୍ତରପ୍ରଦେଶର ବିଲାଲ ଅନସାରି ନାମ ଯୁବକ ଏଠାରେ ଭାସିଯାଇଛନ୍ତି ।

Leave A Reply

Your email address will not be published.