ବ୍ରହ୍ମପୁର:ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଭିତରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ମୃତକ ଜଣକ ହେଲେ ଚମାଖଣ୍ଡି ଗ୍ରାମର ତ୍ରିଲୋଚନ ରେଡ଼ି(୩୨)। ମିଳିଥିବା ସୂଚନା ଅନୁଯାୟୀ, ତ୍ରିଲୋଚନା ପୂର୍ବରୁ ଅନେକ ଗଣ୍ଡଗୋଳ ମାମଲାରେ ସଂପୃକ୍ତ ଥିଲେ । ତାଙ୍କ ନାଁରେ ପୂର୍ବରୁ ମଧ୍ୟ ମାମଲା ରୁଜୁ ହୋଇଛି। ଗତ କିଛି ଦିନ ପୂର୍ବେ ସେ ତାଙ୍କ ବାପା ରାଜାରାଓ ରେଡ଼ିଙ୍କୁ ମାଡ଼ ମାରିଥିଲେ । ଏନେଇ ବାପା ରାଜାରାଓ ଚମାଖଣ୍ଡି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତ୍ରିଲୋଚନାଙ୍କୁ ଗତ ୨୯ ତାରିଖରେ ଥାନାକୁ ଡାକି ପଚରାଉଚରା କରିଥିଲା। ଆପୋଷ ସମାଧାନ ପାଇଁ ମଧ୍ୟ ପୋଲିସ ଉଦ୍ୟମ କରିଥିଲା। ତଥାପି ତ୍ରିଲୋଚନଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନଥିଲା। ଏଣୁ ମାମଲା ପ୍ରତ୍ୟାହାର କରିବାକୁ ବାପା ରାଜାରାଓ ରାଜି ହୋଇନଥିଲେ। ତ୍ରିଲୋଚନଙ୍କୁ ପୋଲିସ ଥାନା ହାଜତରେ ରଖିଥିଲା। ଶନିବାର ସକାଳେ ଶୌଚ ପାଇଁ ଯାଇଥିବା ବେଳେ ଥାନା ପରିସରରେ ହିଁ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲକୁ ପଠାଇଛି। ଅନ୍ୟପଟେ ଗାଁ ଲୋକମାନେ ଥାନା ସମ୍ମୁଖରେ ରୁଣ୍ଢ ହୋଇଯାଇଥିଲେ । ଖବର ଲେଖା ହେବା ସୁଦ୍ଧା ପୋଲିସ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ସୂଚନା ମିଳିଛି। ତେବେ ଏହି ଘଟଣା ନେଇ ତ୍ରିଲୋଚନଙ୍କ ପରିବାର ବର୍ଗ କିମ୍ବା ଗ୍ରାମବାସୀ କେହି ମୁହଁ ଖୋଲୁନାହାନ୍ତି। ସେହିଭଳି ପୋଲିସ ତରଫରୁ ମଧ୍ୟ ତ୍ରିଲୋଚନଙ୍କ ମୃତ୍ୟୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।
BREAKING NEWS
- ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
- ରଣବୀରଙ୍କ ସ୍ଥାନରେ ହ୍ରିତିକ ହୋଇ ପାରନ୍ତି ଡନ
- ଭାରତର ଜିଡିପି ଠାରୁ ଅଧିକ ସୁନା ରହିଛି ଲୋକଙ୍କ ଘରେ…
- ସଚିନଙ୍କ ବିଶ୍ୱରେକର୍ଡ ଭାଙ୍ଗିବାକୁ କୋହଲିଙ୍କୁ ଆବଶ୍ୟକ ୨୫ ରନ
- Bangladeshi Fundamentalist Groups: ଉତ୍ତର-ପୂର୍ବକୁ ଅସ୍ଥିର କରିବାର ବଡ଼ ଷଡ଼ଯନ୍ତ୍ର ପଣ୍ଡ…କୁଖ୍ୟାତ JMBର ୧୧ ଆତଙ୍କବାଦୀ ଗିରଫ
- Dhruv NG Helicopter Lifts Off:ଭାରତୀୟ ସେନାର ଧ୍ରୁବ-ଏନଜି ହେଲିକପ୍ଟରରେ ଯାତ୍ରା କରିପାରିବେ ସାଧାରଣ ନାଗରିକ ; ପ୍ରଥମ ଉଡ଼ାଣ ସଫଳ
- ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳି ନ ପାରନ୍ତି ଶ୍ରେୟାଶ ଆୟାର
- ନୂଆ ବର୍ଷର ଶୁଭେଚ୍ଛା ଜଣାଇବାକୁ କେହି ବ୍ୟକ୍ତିଗତ ଭାବେ ସରକାରୀ କାର୍ଯ୍ୟାଳୟ ନଯିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
- Gun Mafia: ବନ୍ଧା ହେଲେ ଚୋରା ବନ୍ଧୁକ ବେପାରୀ, ରାଉରକେଲାର ୫୦ରୁ ଅଧିକ ସ୍ଥାନରେ ପୋଲିସର ଚଢ଼ଉ
- ରେଢ଼ାଖୋଲରେ ବାଇପାସ୍ ନିର୍ମାଣ ପାଇଁ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ
Comments are closed.