Latest Odisha News

BREAKING NEWS

ଜାତିସଂଘରେ ଋଷ ବିରୋଧରେ ଭୋଟ୍ ଦେବାରୁ ବିରତ ରହିଲା ଭାରତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନର ୪ ଅଞ୍ଚଳକୁ ନିଜ ଦେଶରେ ସାମିଲ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏହାକୁ ବିରୋଧ କରି ଆମେରିକା ଏବଂ ଆଲବେନିଆ ଜାତିସଂଘର ସୁରକ୍ଷା ପରିଷଦରେ ଋଷ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଛନ୍ତି। ତେବେ ଭାରତ ଭୋଟିଂ ସମୟରେ ବିରତ ରହି ଋଷ ସହ ବନ୍ଧୁତାର ବାର୍ତ୍ତା ଦେବାକୁ ଚେଷ୍ଟା କରିଛି।

ଏହି ପରିଷଦରେ ୧୫ଟି ଦେଶ ଭୋଟ୍ ଦେବାର ନିୟମ ରହିଛି। ହେଲେ ଋଷ ଭିଟୋ ପାଓ୍ୱାର ବ୍ୟବହାର କରିବାରୁ ଏହି ପ୍ରସ୍ତାବ ପାରିତ ହୋଇପାରିନି। ଏହି ପ୍ରସ୍ତାବ ସମର୍ଥନରେ ୧୦ଟି ଦେଶ ଭୋଟ୍ ଦେଇଥିବା ବେଳେ ଚାରୋଟି ଦେଶ ଭୋଟରେ ଭାଗ ନେଇ ନାହାନ୍ତି। ସେହିପରି ଅନ୍ୟ ତିନି ଦେଶ ଚୀନ୍, ଗୋଓ୍ୱାନ ଏବଂ ବ୍ରାଜିଲ ମଧ୍ୟ ଭୋଟ୍ ନଦେଇ ବିରତି ରହିଛନ୍ତି।

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ କହିଛନ୍ତି ଯେ ୟୁକ୍ରେନରେ ଘଟିଥିବା ଘଟଣା ଯୋଗୁଁ ଭାରତ ଗଭୀର ଚିନ୍ତିତ। ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ସାମିଲ ନହେବା ପରେ ଉପୁଜିଥିବା ମତଭେଦ ଏବଂ ବିବାଦର ସମାଧାନ ପାଇଁ ଏହା ଏକମାତ୍ର ଉପାୟ ବୋଲି ସେ କହିଛନ୍ତି।

କମ୍ବୋଜ କହିଛନ୍ତି ଯେ ହିଂସାକୁ ତୁରନ୍ତ ବନ୍ଦ କରିବା ପାଇଁ ସମ୍ପୃକ୍ତ ସଦସ୍ୟଙ୍କ ଦ୍ୱାରା ପ୍ରୟାସ କରାଯିବା ଉଚିତ୍। ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିହେବ। ଏହା ହିଁ ଏକମାତ୍ର ଉପାୟ ବୋଲି ସେ କହିଛନ୍ତି।

ଏଥି ସହିତ ଜାତିସଂଘର ମହାସଚିବ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଗୁରୁବାର କହିଛନ୍ତି ଯେ ଧମକ କିମ୍ବା ବଳ ପ୍ରୟୋଗ କରି ଅନ୍ୟ ଦେଶର ଅଞ୍ଚଳକୁ ଦଖଲ କରିବା ମିଳିତ ଜାତିସଂଘର ନିୟମ ଏବଂ ଆନ୍ତର୍ଜାତୀୟ ଆଇନର ନୀତି ଉଲ୍ଲଂଘନ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ରୁଷ ୟୁକ୍ରେନର ଚାରିଟି ଅଞ୍ଚଳ ଦଖଲକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଆଉ ବାଇଡେନ ଋଷର ୧୦୦୦ ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ଋଷର ସାମଗ୍ରୀ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

Leave A Reply

Your email address will not be published.