କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକସ୍ଥିତ ରୁଗୁଡ଼ି ଥାନା ଅନ୍ତର୍ଗତ ଗୁଆଳି ଅଞ୍ଚଳରେ ଗୁରୁବାର ଦିନ ଜଣେ ନାବାଳିକାକୁ ଦୁଷ୍ମର୍ମ ଅଭିଯୋଗରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତଙ୍କ ନାମ ଗଣେଷ ମୁଣ୍ଡା (୧୯) ବୋଲି ଜଣାପଡିଛି ।
ମିଳିଥିବା ସୂଚନାନୁଯାୟୀ ପିଡିତା ନାବାଳିକା ଜଣଙ୍କ ସନ୍ଧ୍ୟାରେ ଘର ସମ୍ମୁଖରେ ଖେଳୁଥିବା ବେଳେ ଅଭିଯୁକ୍ତ ଯୁବକ ଜଣଙ୍କ ଉକ୍ତ ନାବାଳିକାକୁ ଗ୍ରାମ ଠାରୁ ଦୂର ଏକ ନଦୀ ପାଖକୁ ନେଇ ଦୁଷ୍କର୍ମ କରିଥିଲା । ପରେ ସେଠାରେ ପିଡିତାଙ୍କୁ ଅଚେତ ଅବସ୍ଥାରେ ଛାଡି ଚାଲିଯାଇଥିଲା ।
ଅନ୍ୟପକ୍ଷରେ ଅନେକ ସମୟ ଯାଏଁ ଝିଅକୁ ନପାଇ ପରିବାର ବର୍ଗ ତାକୁ ଖୋଜିବାରେ ଲାଗି ପଡିଥିଲେ । ପାଖାପାଖି ରାତି ୯ଟା ବେଳକୁ ସମ୍ପୃକ୍ତ ନାବାଳିକା ଜଣଙ୍କ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ସଦସ୍ୟଙ୍କୁ କହିଥିଲା । ପରବର୍ତ୍ତୀ ସମୟରେ ପରିବାର ବର୍ଗ ଏନେଇ ୱାର୍ଡ ମେମ୍ବରଙ୍କୁ ଜଣାଇଥିଲେ ।
ଆହୁରି ମଧ୍ୟ ୱାର୍ଡ ମେମ୍ବର ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ଏବଂ ପିଡିତାଙ୍କୁ ଚିକିତ୍ସା ନିମନ୍ତେ ବଡବିଲ୍ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରୁ ତାକୁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ପଠାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।
ତେବେ ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।
Comments are closed.