Latest Odisha News

ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ମୃତ୍ୟୁ ମୁହଁରେ ଓଡିଆ ଯୁବକ

କୋଏମ୍ବାଟୁର: କାମ ଖୋଜିବା ପାଇଁ ଯାଇଥିଲେ ତାମିଲନାଡୁ । କିନ୍ତୁ ସେ କଣ ଜାଣିଥିଲେ ସେଠାକୁ ଯିବା ମାତ୍ରେ ତାଙ୍କର ଏପରି ଅବସ୍ଥା ହେବ । ତାମିଲନାଡୁରେ ଓଡିଆ ଯୁବକଙ୍କ ଦୟନୀୟ ଦୁର୍ଘଟଣା । ବାଇକ ସହ ଜଳିଗଲେ ଓଡିଆ ଯୁବକ । ଯୁବକ ଜଣଙ୍କ ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ବ୍ଲକ ପୁଟିସବହାଲ ଗାଁର ବିକାଶ ବରିହା । ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହୋଇ ଏବେ ମୃତ୍ୟୁ ସହ ଲଢେଇ କରୁଛନ୍ତି ବିକାଶ ।

ସୂଚନା ଅନୁସାରେ, ବିକାଶ ତାମିଲନାଡୁର କୋଏମ୍ବାଟୁର ସୁଲୁରରେ ଥିବା ଏକ ହର୍ଲିକ୍ସ କମ୍ପାନୀରେ କାମ କରିବାକୁ ଯାଇଥିଲେ । ଗତକାଲି ବିକାଶ ବାଇକ୍ ଯୋଗେ ବୁଲାବୁଲି କରୁଥିବା ସମୟରେ ଏକ ଟ୍ରକ ସହ ତାଙ୍କ ବାଇକ ଧକ୍କା ହୋଇଥିଲା । ଫଳରେ ବାଇକରେ ନିଆଁଲାଗି ଯାଇଥିଲା । ବାଇକ ସହ ଜିଅନ୍ତା ଜଳିଯାଇଥିଲେ ବିକାଶ । ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡିଯାଇଥିବା ବେଳେ ତୁରନ୍ତ ତାଙ୍କୁ ସୂଲୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ସେପଟେ ଏନେଇ ପରିବାର ଲୋକ ଖବର ପାଇବା ପରେ ହସ୍ପିଟାଲରେ ପହଞ୍ଚିଛନ୍ତି ବିକାଶଙ୍କ ବାପା ଓ ପରିବାରର ଅନ୍ୟ ସଦସ୍ୟ । ସେପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Comments are closed.