ସୁନ୍ଦରଗଡ଼: ୨୦ ଘଣ୍ଟା ବିତିଲା ହେଲେ ନିଖୋଜ ସୋମେଶଙ୍କର କୌଣସି ପତ୍ତା ମିଳିଲା ନାହିଁ । ପିକନିକ କରିବାକୁ ଆସି କନାକୁଣ୍ଡରେ ନିଖୋଜ ହୋଇ ଯାଇଥିଲେ । ଗତ କାଲି ଅପରାହ୍ନରେ ରାଉଲକେଲା ସେକ୍ଟର ୧୫ ଅଞ୍ଚଳର ସୋମେଶ ମଲ୍ଲିକ ୪ ଜଣ ସାଙ୍ଗଙ୍କ ସହ ଆସିଥିଲେ ପିକନିକ କରିବାକୁ । ସେମାନେ ସୁନ୍ଦରଗଡ ଜିଲ୍ଲା ତଳସରା ଥାନା କନାକୁଣ୍ଡ ଦର୍ଶନୀୟ ସ୍ଥାନରେ ପିକନିକ କରୁଥିଲେ ।
ସେଠାରେ ଏକ ପଥର ଉପରେ ଛିଡ଼ା ହୋଇ ସେ ସାଙ୍ଗମାନଙ୍କ ସହ ସେଲ୍ଫି ନେଉଥିଲେ । ହଠାତ ତାଙ୍କର ଗୋଡ ଖସି ଯାଇଥିଲା । ତାଙ୍କୁ ଉଦ୍ଧାର କରିବାକୁ ଗତକାଲି ଅଗ୍ନିଶମ ବିଭାଗ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲା । ଅନ୍ଧାର ହୋଇଯିବାରୁ ସର୍ଚ୍ଚ ଅପରେଶନକୁ ବନ୍ଦ ରଖାଯାଇଥିଲା ।
ଆଜି ସକାଳ ୧୦ଟାରୁ ପୁଣି ଖୋଜାଖୋଜି ଆରମ୍ଭ ହୋଇ ଥିଲେ ହେଁ ତାଙ୍କର କୌଣସି ସନ୍ଧାନ ମିଳିନି । ଏଠି କହିରଖିବୁ, ଗତବର୍ଷ ମଧ୍ୟ ଏହି ସ୍ଥାନରେ ଶେଲଫି ନେଲା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।
Comments are closed.