Latest Odisha News

BREAKING NEWS

ମାରାଡୋନା ଯୁଗ ପରେ ଏବେ ଆର୍ଜେଣ୍ଟିନା ମେସିମୟ

ଦୋହା: ଫ୍ରାନ୍ସକୁ ବିଶ୍ୱକପ ଫୁଟବଲ ଫାଇନାଲରେ ପରାସ୍ତ କରି ଆର୍ଜେଂଟିନା ୩୬ ବର୍ଷ ପରେ ଚାମ୍ପିୟନ ହୋଇଛି । ଆଉ ଏଥିସହ ଆର୍ଜେଂଟିନାରେ ମାରାଡୋନା ଯୁଗ ପରେ ଆରମ୍ଭ ହୋଇ ମେସିଙ୍କ ଅଧ୍ୟାୟ । ୨୦୧୮ ବିଶ୍ୱକପ ଏବଂ କୋପା ଆମେରିକା ପରାଜୟ ପରେ ମେସି ଅବସର ଘୋଷଣା କରିଥିଲେ । ତାଙ୍କୁ ମନେଇବା ପାଇଁ ଆର୍ଜେଂଟିନାର ଫୁଟବଲ ପ୍ରଶଂସକ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ । କ୍ଲବସ୍ତରରେ ସେ ସଫଳ ହୋଇଥିଲେ ମାତ୍ର ଆନ୍ତର୍ଜାତୀୟ ମୁକାବିଲାରେ ଦେଶ ପାଇଁ କିଛି କରି ନ ପାରିବା ତାଙ୍କୁ ବାଧିଥିଲା । ବହୁ ଅନୁରୋଧ ପରେ ସେ ତାଙ୍କ ନିଷ୍ପତି ବଦଳାଇଥିଲେ । ୩୬ ବର୍ଷ ବୟସରେ ଦେଶ ପାଇଁ ବିଶ୍ୱକପ ଜିତାଇବା ସ୍ୱପ୍ନ ସାକାର ହେବା ପରେ ମେସି ଭାବପ୍ରବଣ ହୋଇ ପଡିଥିଲେ । ମେସିଙ୍କ ଏହି ସଫଳତାକୁ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରାଯାଉଛି । ୧୯୮୬ ପରଠାରୁ ଆର୍ଜେଂଟିନାଙ୍କ ପାଇଁ ମାରାଡୋନା ଭଗବାନ ଥିଲେ ଏବେ ମେସି ସେମାନଙ୍କ ମସୀହା ସାଜିଛନ୍ତି । ସେ ଅବସର ନେବା ନ ନେବା ସହ କିଛି ଫରକ ପଡିବନି, ଏବେ ଆର୍ଜେଂଟିନା ବେଶ କିଛି ବର୍ଷ ଧରି ମେସିମୟ ହୋଇ ରହିବ । ପ୍ରକୃତରେ ମେସି କମାଲ କରିଦେଲେ ।

ମାତ୍ର ୨ ବର୍ଷ ମଧ୍ୟରେ ଦେଶ ପାଇଁ ସମସ୍ତ ବଡ ମୁକାବିଲା ଜିତାଇବାରେ ମୂଖ୍ୟ ଭୂମିକା ସାଜିଥିଲେ । ଅବଶ୍ୟ କୋଚ ସ୍କେଲୋନୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ମେସିଙ୍କ ସହ ଆଞ୍ଜେଲୋ ଡି ମେରିୟୋ, ନିକୋଲସ ଓଟାମେଂଡି, ଜୁନିୟର ଆଲଭେରେଜ, ଆଞ୍ଜୋ ଫର୍ଣ୍ଣାଣ୍ଡିଜ ଓ ଏମଲିୟେନୋ ମାର୍ଟିନେଜ ପରି ଖେଳାଳିଙ୍କୁ ଜାତୀୟ ଦଳ ସହିତ ଯୋଡିଲେ । ୨୦୨୧ରେ କୋପା ଆମେରିକା ଜିତିବା ଏହି ଟିମର ସବୁଠାରୁ ବଡ ସଫଳତା ଥିଲା । ଆଉ ଏହା ପରେ ପଛକୁ ଚାହିଁ ନ ଥିଲେ । ଆର୍ଜେଂଟିନା ପାଇଁ ମାରାଡୋନା କୋପା ଆମେରିକା ଜିତାଇ ପାରି ନ ଥିଲେ । ସୁପରଷ୍ଟାରରୁ ଏବେ ମେସି ସାଜିଛନ୍ତି ମହାନ ।

ମେସିଙ୍କ ରେକର୍ଡ:
1.ଆର୍ଜେଂଟିନା ପକ୍ଷରୁ ଖେଳିଛନ୍ତିି ସର୍ବାଧିକ ୧୭୨ ମ୍ୟାଚ ।
2.ଦେଶ ପକ୍ଷରୁ ସର୍ବାଧିକ ୯୮ ଗୋଲ ।
3.ଦକ୍ଷିଣ ଆମେରିକୀୟ ଦେଶ ପକ୍ଷରୁ ସର୍ବାଧିକ ୧୭୨ ମ୍ୟାଚ ।
4.ଦକ୍ଷିଣ ଆମେରିକୀୟ ଦେଶ ପକ୍ଷରୁ ସର୍ବାଧିକ ୯୮ ଗୋଲ ।
5.ସର୍ବ କନିଷ୍ଠ ( ୧୮ ବର୍ଷ ୩୫୭ ଦିନ)ଆର୍ଜେଂଟିନା ଖେଳାଳି ଭାବେ ବିଶ୍ୱକପରେ ଗୋଲ ।
6.୪ଟି ଭିନ୍ନ ଭିନ୍ନ ବିଶ୍ୱକପରେ ପ୍ରଥମ ଖେଳାଳି ଭାବେ ଗୋଲ ସ୍କୋର କରିଛନ୍ତି ।
7.ବିଶ୍ୱକପରେ ସର୍ବାଧିକ ଖେଳିଛନ୍ତି ସର୍ବାଧିକ ୨୬ ମ୍ୟାଚ
8.ବିଶ୍ୱକପରେ ଆର୍ଜେଂଟିନର ପାଇଁ ଦେଇଛନ୍ତି ସର୍ବାଧିକ ୧୩ ଗୋଲ ।

Leave A Reply

Your email address will not be published.