Latest Odisha News

BREAKING NEWS

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

ଗଞ୍ଜାମ: ଧରାକୋଟ ବ୍ଲକ ଶୁଣ୍ଢିପଲ୍ଲୀ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଛି । ଧରାକୋଟ ବ୍ଲକ ଶୁଣ୍ଢିପଲ୍ଲୀ ଗାଁରେ ଜଣେ  ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ  ।

ସୂଚନା ଅନୁଯାୟୀ,ଗତ କାଲି ଅର୍ଥାତ ବୁଧବାର ଦିନ ଧରାକୋଟ ବ୍ଲକ ଶୁଣ୍ଢିପଲ୍ଲୀ ଗାଁରେ  ମିଟୁ ବିଶୋଇ ଓ କାଳୁ ନାୟକଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ କାଳୁ ମିଟୁ ଉପରେ ଆକ୍ରମଣ କରିଥିଲା । ମିଟୁଙ୍କୁ ସାଙ୍ଘାତିକ ଭାବେ ଆକ୍ରମଣ କରାଯାଇଥିଲା ।

ଅତି ନିର୍ଦ୍ଦୟ ଭାବେ ତାଙ୍କୁ ଠେଙ୍ଗାରେ ପିଟଥିଲେ କାଳୁ  । ପରେ ସେଠାରୁ କାଳୁ ସେଠାରୁ ପଳାଇଯାଇଥିଲେ । ସ୍ଥାନୀୟ ଲୋକେ ମିଟୁଙ୍କୁ  ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବ ଆଜି ହସ୍ପିଟାଲରେ ଚିକିତ୍ସା ଅବସ୍ଥାରେ ଯୁବକ ଜଣକ ପ୍ରାଣ ହରାଇଛନ୍ତି । ଘଟଣା ସ୍ଥଳରେ ବଡ଼ଗଡ଼ ଥାନା ପୋଲିସ ପହଁଞ୍ଚି ଅଭିଯୁକ୍ତକୁ ଗିରଫ କରିଛି ।

 

Leave A Reply

Your email address will not be published.