Latest Odisha News

ଗୁପଚୁପ୍ ଖାଇ ଟଙ୍କା ନଦେବାରୁ ଯୁବକଙ୍କୁ ଛୁରି ଭୁସି ହତ୍ୟା

କାମକ୍ଷାନଗର: ଗୁପଚୁପ୍ ପାଇଁ ଗଡ଼ିଲା ମୁଣ୍ଡ । ଏଭି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ପାଳସାହି ଗାଁରେ । ଗୁପଚୁପ୍ ଖିଆ ବାକି ଟଙ୍କା ନଦେବାରୁ ମଦ୍ୟପ ଯୁବକଙ୍କୁ ପିଆଜ କଟା ଛୁରିରେ ହତ୍ୟା କରିଛି ଗୁପଚୁପ୍ ବେପାରୀ । ମୃତ ଯୁବକ ଜଣଙ୍କ ପାଳସାହିର ବିଭୂତି ସାହୁ । ଅଭିଯୁକ୍ତ ଗୁପଚୁପ୍ ବେପାରୀ ସେହି ଗାଁର ଜଗବନ୍ଧୁ ସାହୁ ।

ଜଗବନ୍ଧୁ ପ୍ରତିଦିନ ସନ୍ଧ୍ୟାରେ ସାଇକେଲରେ ଗୁପଚୁପ୍ ବିକନ୍ତି । ବୁଧବାର ରାତି ପ୍ରାୟ ୯ଟା ସମୟରେ ଗୁପଚୁପ୍ ବିକ୍ରି କରି ଘରକୁ ଫେରୁଥିବା ବେଳେ ବିଭୂତି ତାଙ୍କୁ ଅଟକାଇ ଗୁପଚୁପ୍ ଦେବାକୁ କହିଥିଲେ । ତେବେ ପୁରୁଣା ବାକି ଟଙ୍କା ଦେଇ ନଥିବାରୁ ଗୁପଚୁପ୍ ଦେବି ନାହିଁ ବୋଲି କହିଥିଲେ ଜଗବନ୍ଧୁ । ଯାହାକୁ ନେଇ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ପରେ ରକ୍ତପାତର ରୂପ ନେଇଥିଲା ।

ଗୁପଚୁପ ବେପାରୀ ଜଗବନ୍ଧୁର ଛୁରା ମାଡ଼ରେ ବିଭୂତିର ମୃତ୍ୟୁ ହୋଇଛି । ହତ୍ୟାକାଣ୍ଡ ପରେ ଗୁପଚୁପ ସାଇକେଲ୍ ଛାଡ଼ି ଜଗବନ୍ଧୁ ଫେରାର ହୋଇ ଯାଇଥିଲା । ପରଜଙ୍ଗ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି ।

Comments are closed.