Latest Odisha News

BREAKING NEWS

ଦେଶର ଯୁବକ ଆମ ପୂର୍ବ ପୁରୁଷଙ୍କ ବଳିଦାନକୁ ମନେ ପକାଇବା ଉଚିତ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୭୫ ତମ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ବସିଥିଲା । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ- ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ମୃତି ଚାରଣ କରିବା ଆମ ସମସ୍ତଙ୍କ ଲାଗି ଗୌରବର ମୁହୂର୍ତ୍ତ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ।

ସମୟ ବିତିବା ସହ, ଦେଶର ଯୁବକ ଆମ ପୂର୍ବ ପୁରୁଷଙ୍କ ବଳିଦାନକୁ ମନେ ପକାଇବା ଉଚିତ୍ । ଆମେ ସ୍ୱାଧୀନତା ସଂଗ୍ରାମର ଘଟଣା ଗୁଡ଼ିକ ସହ ସ୍ଥାନ ଗୁଡ଼ିକୁ ହାଇଲାଇଟ୍ କରିବା । ଜଣାଶୁଣା ସଂଗ୍ରାମୀଙ୍କ ବିଷୟରେ ଦେଶବ୍ୟାପୀ ଅବଗତ କରାଇବା ଲାଗି ଆନ୍ଦୋଳନ କରିବା ।

ଦେଶ ସ୍ୱାଧୀନତା ଲାଗି କେବଳ ଭାରତ କାହିଁକି ବିଦେଶରେ ବି ଅନେକ ସଂଗ୍ରାମ ହୋଇଛି । ବିଦେଶରେ ହୋଇଥିବା ସଂଗ୍ରାମକୁ ଆମକୁ ମନେ ରଖିବା ଦରକାର । ଆମ ଦେଶର ପ୍ରତିଷ୍ଠାତା ପିତାଙ୍କୁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଜଣାଇ ସମ୍ବିଧାନରେ ସ୍ୱାଧୀନତା ଆନ୍ଦୋଳନର ମୂଲ୍ୟବୋଧ ଓ ନୈତିକତାକୁ ଦର୍ଶାଯାଇଛି ।  ସ୍ୱାଧୀନତା, ନ୍ୟାୟ ଓ ସମାନତାର ଆଦର୍ଶ ସ୍ୱାଧୀନତା ସଂଗ୍ରାମକୁ ବାଖ୍ୟା କରିଛି । ଆଜିର ପରିସ୍ଥିତିରେ ତାହାକୁ ଆମେ ଦୋହରାଇବା ଆବଶ୍ୟକ ବୋଲି ନବୀନ କହିଛନ୍ତି ।

youth of our country need to be reminded of the sacrifices of our forefathers

ବିଶ୍ୱର ଯେ କୌଣସି ସ୍ଥାନରେ ବି ରହୁଥିବା ଭାରତୀୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ମୃତି ସମାରୋହ ମାଧ୍ୟମରେ ଜଡ଼ିତ ହେବା ପାଇଁ ଉଦ୍ୟମ ହେଉ । ଜ୍ଞାନ କୌଶଳ ଓ ସାମାଜିକ ଗଣମାଧ୍ୟମ ସହାୟତାରେ ଏହା ହାସଲ କରିବା ସମ୍ଭ ବୋଲି ମୁଖ୍ୟମନ୍ତ୍ରୀ ବକ୍ତବ୍ୟରେ କହିଛନ୍ତି ।

ଗାନ୍ଧିଜୀଙ୍କ ଉକ୍ତିକୁ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି- ‘ନିଜକୁ ଖୋଜିବାର ସର୍ବଶ୍ରେଷ୍ଠ ଉପାୟ ହେଉଛି ଅନ୍ୟ ମାନଙ୍କ ସେବାରେ ନିଜକୁ ହଜାଇ ଦେବା ।’ ସେବା ଭିତ୍ତିକ କାର୍ଯ୍ୟକ୍ରମ ବିଶେଷ କରି ସମ୍ପ୍ରଦାୟରେ ଯୁବକଙ୍କୁ ଏଥିରେ ସାମିଲ୍ କରିବା କାର୍ଯ୍ୟକ୍ରମର ଅଂଶ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.