Latest Odisha News

BREAKING NEWS

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କାମାକ୍ଷାନଗର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓପୁଟ ସାହିରେ ଭୁତୁକୁଣି ନିକଟରୁ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ ଦେହ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଗାଁର ରାଜେଶ ବେହେରା ବୋଲି ଜଣାପଡ଼ିଛି । ପରିବାର ଲୋକ ତାଙ୍କ ପୁଅ କୁ କେହି ମାରିଦେଥିବା କହି ହତ୍ୟା ଅଭିଯୋଗ ଆଣିଛନ୍ତି।

ରାଜେଶ ୭ ତାରିଖ ଦିନଠାରୁ ନିଖୋଜ ଥିଲେ। ଏନେଇ ପିରବାର ଲୋକ ତୁମୁସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଆଜି ତାଙ୍କ ମୃତ ଦେହ ଭୁତୁକୁଣି ନିକଟ ଏକ ଗଛରେ ସନ୍ଦେହ ଜନକ ଭାବେ ଝୁଲୁଥିବା ସ୍ଥାନୀୟ ଲୋକମାନେ ଦେଖି ପୋଲିସକୁ ଖବର ଦେଇଥିଲେ।

ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗକୁ ଭିତ୍ତିକରି କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ଓ ତୁମୁସିଙ୍ଗା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଁଚି ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.