Latest Odisha News

ପୋଖରୀରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା : ପୋଖରୀରୁ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର । କୋମନା ଥାନା ରଜନା  ଇନ୍ଦ୍ର ନଦୀ ଘୋଡା ଘାଟରେ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ପାଣିରେ ଭାସୁଥିବା ଲୋକ ଦେଖିବାକୁ ପାଇଥିଲେ । ପରେ କୋମନା ପୋଲିସକୁ ଖବର ଦେଇଥିଲେ । କୋମନା ପୋଲିସ ଓ ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଁଚି ଶବକୁ ଉଦ୍ଧାର କରିଛନ୍ତି। ପାଣିରେ ଭାସୁଥିବା ବ୍ୟକ୍ତି ଜଣକ ହେଲେ ସିନାପାଲି ଥାନା ଡ଼ବଡ଼ା ଗାଁର ଘନଶ୍ୟାମ ଚିନ୍ଦା ତାଙ୍କ ବୟସ ୩୦ ବୋଲି ଜଣାପଡିଛି ।

BjdElectrycity

ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ  । ପୋଲିସ ଶବକୁ ଉଦ୍ଧାର କରି କୋମନା ଡ଼ାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।  ରିପୋର୍ଟ ଆସିଲା ପରେ ହିଁ ପ୍ରକୃତ ସତ୍ୟ ହତ୍ୟା ନା ଆତ୍ମହତ୍ୟା ଜଣାପଡିବ, ବର୍ତ୍ତମାନ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି କୋମନା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏନେଇ କୋମନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି  ।

Leave A Reply

Your email address will not be published.