ବ୍ରହ୍ମପୁର: ମଦ୍ୟପାନ କରି ଡ୍ରେନରେ ପଡ଼ିଗଲା ପରେ ଯୁବକଙ୍କ ଜୀବନ ଚାଲିଗଲା। ବ୍ରହ୍ମପୁର ସହର ବିଜିପୁର ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗୁରୁବାର ସକାଳେ ବିଜିପୁର ଶୌଚାଳୟ କଡ଼ ନାଳରେ ଗୋଟିଏ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଏନେଇ ଅଞ୍ଚଳବାସୀ ବ୍ରହ୍ମପୁର ଟାଉନ୍ ଥାନାକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଏମକେସିଜି ମେଡ଼ିକାଲକୁ ପଠାଇଛି। ମୃତକଙ୍କ ନାମ ଡି.ନାଗୁ ଏବଂ ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ରାତିରେ ମାତ୍ରାଧିକ ମଦ୍ୟପାନ ପରେ ଡ୍ରେନରେ ପଡ଼ିଯିବା ଫଳରେ ଜୀବନ ଚାଲିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।
BREAKING NEWS
- ଗ୍ୟାସ ସିଲିଣ୍ଡର୍ କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ ଚଢ଼ାଉ
- ସରକାରଙ୍କ ବଡ଼ ଆଶ୍ୱାସନା: ଆହାର କେନ୍ଦ୍ରକୁ ଜାରି ରହିବ ଗ୍ୟାସ୍ ଯୋଗାଣ
- ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଗୋରକ୍ଷକଙ୍କ ଜୀବନ
- କୁଏତ ତେଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
Comments are closed.