Latest Odisha News

ନବଦାସ ହତ୍ୟା ମାମଲା: ପାଇଖାନା ଟାଙ୍କିରୁ ବାହାରିଲା ଗୋପାଳଙ୍କ ହାତ ଲେଖା କାଗଜ

ଝାରସୁଗୁଡା:ପାଇଖାନା ଟାଙ୍କିରୁ ମିଳିଲା ଗୋପାଳ ପକାଇଥିବା କାଗଜ । ଗତକାଲି ରାତିରୁ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କି ଖୋଜାଖୋଜି ପରେ ପୋଲିସ ହାତରେ ଲାଗିଛି ବଡ ସୁରାକ ।  ସ୍ୱରେଜ ଟାଙ୍କିରୁ ମିଳିଲା ଗୋପାଳଙ୍କ ହାତଲେଖା କାଗଜର ୧୨ଟି ଟୁକୁଡା । ଏସବୁ ଗୋପାଳ ନିଜେ ଲେଖିଥିବା କ୍ରାଇମବ୍ରାଞ୍ଚ ଆଗରେ ସ୍ୱୀକାର କରିଛନ୍ତି । ଏହାକୁ ସେ ନାଲି କାଳିରେ ଲେଖିଛନ୍ତି । ଇଂରାଜୀ ଓ ଓଡ଼ିଆ ଭାଷାରେ ଏହାକୁ ଲେଖିଥିବା ଜଣାଯାଇଛି ।

ନବ ଦାସ ହତ୍ୟା ମାମଲାର ସୁରାକ  ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରେ ଲୁଚି ରହିଥିଲା  । ଗତକାଲି ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ଘନଘନ ଜେରା କରିଥିଲା । ହତ୍ୟା ନେଇ ଗୋପାଳ ମୁହଁ ଖୋଲୁ ନ ଥିଲେ ହେଁ କିଛି କାଗଜ ପାଇଖାନା ଟାଙ୍କିରେ ପକାଇ ଫ୍ଲସ ମାରି ଦେଇଥିବା ସ୍ୱୀକାର କରିଥିଲେ ଗୋପାଳ । ଏହାକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶରେ ଚାଲିଥିଲା ଖୋଳତଡା । ଗତକାଲି ରାତିରୁ ଥାନା ପରିସରକୁ ସିଲ କରାଯାଇ ଟାଙ୍କି ଭଙ୍ଗାରୁଜା କାମ ଚାଲିଥିଲା ।

ଟାଙ୍କି ଭିତରୁ ୧୨ ଖଣ୍ଡ କାଗଜ ମିଳିଛି  । ଏଥିରେ ଥିବା ଲେଖା କିଛି କିଛି ଲିଭି ଯାଇଛି ମଧ୍ୟ । ତେବେ ମିଳିଥିବା କାଗଜ ଟୁକୁଡ଼ା ଗୋପାଳର ବୋଲି କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ।  ମିଳିଲା ସୂଚନା -ହତ୍ୟାକାଣ୍ଡ ଦିନ ଗୋପାଳକୁ ଏୟାରପୋର୍ଟ ଥାନାରେ ଅଟକ ରଖାଯାଇଥିଲା  । ଥାନାରେ ଥିବା ବେଳେ ପାଇଖାନା ଯିବା ବାହନା କରି ପକେଟରେ ରଖିଥିବା କାଗଜକୁ ଟାଙ୍କିରେ ପକାଇ ଫ୍ଲସ୍ କରି ଦେଇଥିଲା  । ଜେରା କାଳରେ କାଗଜ କଥା ଜଣାପଡ଼ିବା ପରେ ଖୋଜୁଥିଲା କ୍ରାଇମବ୍ରାଞ୍ଚ । ପ୍ରଥମେ ଖଣ୍ଡିଏ କାଗଜ ମିଳିଥିଲା ।  ହେଲେ ତାହା ଗୋପାଳ ପକାଇଥିବା କାଗଜ କି ନୁହେଁ ସ୍ପଷ୍ଟ ହୋଇ ନ ଥିଲା । ପରେ ଆଉ ୧୧ଟି ମିଳିଛି ।

ତେବେ ଏହା କେତେ ସୁରକ୍ଷିତ ଅଛି  ଏବଂ ଏଥିରେ ଥିବା ଲେଖା କେତେଦୂର ପଢିହେବ ତାହା ଜଣା ପଡିନି ।  ଏହାକୁ ଫରେନସିକ ଲ୍ୟାବକୁ  ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.