ବ୍ରହ୍ମପୁର: ମଦ୍ୟପାନ କରି ଡ୍ରେନରେ ପଡ଼ିଗଲା ପରେ ଯୁବକଙ୍କ ଜୀବନ ଚାଲିଗଲା। ବ୍ରହ୍ମପୁର ସହର ବିଜିପୁର ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗୁରୁବାର ସକାଳେ ବିଜିପୁର ଶୌଚାଳୟ କଡ଼ ନାଳରେ ଗୋଟିଏ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଏନେଇ ଅଞ୍ଚଳବାସୀ ବ୍ରହ୍ମପୁର ଟାଉନ୍ ଥାନାକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଏମକେସିଜି ମେଡ଼ିକାଲକୁ ପଠାଇଛି। ମୃତକଙ୍କ ନାମ ଡି.ନାଗୁ ଏବଂ ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ରାତିରେ ମାତ୍ରାଧିକ ମଦ୍ୟପାନ ପରେ ଡ୍ରେନରେ ପଡ଼ିଯିବା ଫଳରେ ଜୀବନ ଚାଲିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।
BREAKING NEWS
- ପଂଜାବ ପଲିଟିକ୍ସ: ପ୍ରେମ ସିଂହଙ୍କ ପରେ ବିବି ଜାଗିର କୌର ଅକାଳୀ ଦଳକୁ ଫେରିବାକୁ ପ୍ରସ୍ତୁତ
- ଅଷ୍ଟ୍ରେଲିଆର ଗ୍ରେଟର ବେଣ୍ଡିଗୋ ମେୟର ଭାବେ ନିର୍ବାଚିତ ହେଲେ ଭାରତୀୟ ବଂଶୋଦ୍ଭବ ଅଭିଷେକ ଅବସ୍ଥି
- Sonia Gandhi’s Book: ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ କି ପୂର୍ବତନ ରାଷ୍ଟ୍ରପତି? ସୋନିଆଙ୍କ ବହିରେ ବଡ଼ ଖୁଲାସା, ୨୦୧୦ର ସେହି ମୁହୂର୍ତ୍ତ…
- ଭାରତରେ ପୁଣି ନୋଟବନ୍ଦୀ ! ବନ୍ଦ ହେବ କି ୫୦୦ ଟଙ୍କିଆ ? ଜାଣନ୍ତୁ ବନ୍ଦହେଲେ କି ନହେଲେ କ’ଣ ପ୍ରଭାବ…
- ୭ ହଜାର ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡ଼ିଲା, ଚାକିରିରୁ ବିଦା ହେଲେ ସବରେଜିଷ୍ଟ୍ରାର ମନୀଷା ମିଶ୍ର
- ଉତ୍କଳ ଆଲୁମିନା କାରଖାନାରେ ବଡ଼ ଧରଣର ଦୁର୍ଘଟଣା: ଲାଲ୍ ମାଟି ଅତଡ଼ା ତଳେ ଚାପି ହୋଇଗଲା ୨ଟି ହାଇୱା ଟ୍ରକ୍, ଜଣେ ମୃତ
- ବଲିଉଡ୍ ଷ୍ଟାରଙ୍କ ପାଇଁ ମୁମ୍ବାଇ ପୋଲିସର ଆଲର୍ଟ, ସର୍ବସାଧାରଣ ସ୍ଥାନକୁ ନ ଆସିବା ପାଇଁ ପରାମର୍ଶ
- No Glamour, Just Comfort: ମାତୃତ୍ୱ ସେଲିବ୍ରେଟ୍ କରୁଛନ୍ତି ସମନ୍ଥା, ଆରାମ ବେଳର ଫଟୋ, ମଜାଦାର କ୍ୟାପସନ୍
- ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ରାଜରାଜେଶ୍ୱରୀ ବେଶ, ଦର୍ଶନ ପାଇଁ ପ୍ରବଳ ଭିଡ
- ଅପେକ୍ଷାର ଦିନ ଅନ୍ତ: ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
Comments are closed.